୧୯ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ନୂତନ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା, ପୁରୀ ଜିଲ୍ଲା ଗୋପ ବ୍ଲକ ର ସମସ୍ତ ଶିକ୍ଷାନୁଷ୍ଠାନ ରେ କାର୍ଯ୍ୟରତ ଭାବେ ଯୋଗ ଦେଇଥିଵା ନୂତନ କନିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଙ୍କୁ ଗୋପ କୁସୁପୁର ସ୍ଥିତ ଶିକ୍ଷକ ଭବନ ଠାରେ ନୂତନ କନିଷ୍ଠ ଶିକ୍ଷକମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

ଏହି ସଭାରେ ଗୋପ ଶିକ୍ଷକ ସମନ୍ୱୟ ସମିତି ର ସଭାପତି ପବିତ୍ର ମୋହନ୍ ନାୟକ, ସମ୍ପାଦକ ସରୋଜ କୁମାର ମିଶ୍ର, ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଶ୍ରୀଯୁକ୍ତ ଶିବ ଦତ୍ତ ନାୟକ, ଉପଦେଷ୍ଟା ମଣ୍ଡଳୀ ଶୁଶାନ୍ତ କୁମାର ନାୟକ,
କୈଳାସ ଚନ୍ଦ୍ର ପଣ୍ଡା, ସତ୍ୟନାରାୟଣ ସାହୁ, ଜମ୍ବେଶ୍ଵର ସ୍ଵାଇଁ, ଦୁବରାଜ ବିଶ୍ଵାଳ, ରାଜକିଶୋର ଜେନା ସହିତ ନୂତନ କନିଷ୍ଠ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସମେତ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯୋଗ ଦେଇଥିଲେ । ଏନପିଏସ ସଂଗଠନର ନେତୃମଣ୍ଡଳୀ ର ସଭ୍ୟ ମାନେ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
