ରାମଚଣ୍ଡୀରେ ଗଜଲକ୍ଷ୍ମୀ ପୂଜା

୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ଡମପଡ଼ା ବ୍ଲକ ବାଆଁରା ଗ୍ରାମପଂଚାୟତ ଅନ୍ତର୍ଗତ ରାମଚଣ୍ଡୀ ଗ୍ରାମରେ ଲକ୍ଷ୍ମୀପୂଜା କମିଟି ଆନୁକୁଲ୍ୟରେ ୩୬ତମ ବାର୍ଷିକ ଗଜଲକ୍ଷ୍ମୀ ପୂଜା ଗତ ୧୬ତାରିଖରୁ ଅନୁଷ୍ଠିତ ହୋଇଆସୁଛି ।

ପ୍ରଥମ ଦିନରେ କଳସଯାତ୍ରା, ପ୍ରତ୍ୟେହ ହୋମଯଜ୍ଞ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରସାଦ ସେବନ ଅନୁଷ୍ଠିତ ହେବା ସହ ପୂଜାର୍ଚ୍ଚନା କରାଯାଉଛି । ଆସନ୍ତା ୨୩ତାରିଖରେ ଭସାଣି ଯାତ୍ରା କରାଯିବ ବୋଲି ସଭ୍ୟ ଶରତ ସାହୁ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସୁରେନ୍ଦ୍ର ଲେଙ୍କା, ସନାତନ ସାହୁ, ଜମିଦାରୀ ଲେଙ୍କା ପ୍ରମୁଖ ପରିଚାଳନା କରୁଛନ୍ତି ।

Exit mobile version