୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଅଟଳ ପେନ୍ସନ୍ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପେନ୍ସନ୍ ପାଣ୍ଠିନିୟାମକ ଏବଂ ବିକାଶ ପ୍ରାଧୁକରଣ (ପିଏଫ୍ଆଡିଏ) ପକ୍ଷରୁ ୟୁକୋ ବ୍ୟାଙ୍କ, ଆବାହକ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍ଏଲ୍ବିସି), ଓଡିଶା ଆନୁକୂଲ୍ୟରେ ଆଜି ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ହୋଟେଲ ହଲିଡେ ରିସୋର୍ଟରେ ରାଜ୍ୟସ୍ତରୀୟ ଅଟଳ ପେନ୍ସନ୍ ଯୋଜନା ସମ୍ପର୍କୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ୟାଙ୍କର ପ୍ରଶାସନିକ ମୁଖ୍ୟ, ଡିଡିଏମ୍ ନାବାର୍ଡ, ସମସ୍ତ ଜିଲ୍ଲାରଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ, ବିଦ୍ୟମାନ ତଥା ସାମ୍ଭାବ୍ୟ ଅଟଳ ପେନ୍ସନ୍ ହିତାଧୁକାରୀ, ମହିଳା ସ୍ୱୟଂ ସହାୟକଗୋଷ୍ଠୀର ସଦସ୍ୟା, ବିଭିନ୍ନ ବ୍ୟାଙ୍କର ପ୍ରତିନିଧି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନସହ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା ।
