୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଲଣ୍ଡନ :-> ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ (ଏସଜେଏସୟୁକେ) ଫିନେଷ୍ଟ ଗ୍ରୁପ ସହିତ ଏହାର ସମ୍ପର୍କ ଛିନ୍ନ କରିଥିବା ଜଣାଯାଇଛି। ୟୁରୋପ ମହାଦେଶର ସାଂସ୍କୁତିକ ପ୍ରାଣକେନ୍ଦ୍ର ଲଣ୍ଡନଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏକ ଭବ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ଉଦ୍ଦେଶ୍ଯରେ ଶ୍ରୀ ଜଗନ୍ନାଥ ସୋସାଇଟି ୟୁକେ, ଏକ ଦାତବ୍ୟ ଅନୁଷ୍ଠାନ ଭାବରେ ଗ୍ରେଟ ବ୍ରିଟେନ୍ ସରକାରଙ୍କଠାରେ ପଂଜିକୃତ ହୋଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ୨୦୨୩ ମସିହା ଜାନୁୟାରୀ ମାସରେ ଫିନେଷ୍ଟ ଗ୍ରୁପ ପକ୍ଷରୁ ଲଣ୍ଡନଠାରେ କଥିତ ଜଗନ୍ନାଥ ମନ୍ଦିର ୨୦୨୪ ମସିହା ସୁଦ୍ଧା ପ୍ରତିଷ୍ଠା କରିବା ପାଇଁ ୨୫ ମିଲିୟନ ପାଉଣ୍ଡ ( ପ୍ରାୟ ୨୫୦ କୋଟି ଟଙ୍କା ) ର ଅନୁଦାନ ରାଶି ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ।
