ଛତିଆ ଠାରେ ଦୁର୍ଘଟଣା ଘଟି ଜଣେ ମୃତ ଜଣେ ଗୁରୁତର

୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବଡଚଣା  :-> ୧୬ନଂ ଜାତୀୟ ରାଜପଥର ଛତିଆ ନିକଟସ୍ଥ ନେଳିଆ ଓଭର ବ୍ରିଜ ନିକଟରେ ଦୃଘଟଣା ଘଟି ଜଣ ମୃତ ବରଣ କରିଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ବଡଚଣା ବ୍ଲକର ନେଳିଆ ପଞ୍ଚାୟତର ରଙ୍ଗୀଦାସପୁରୁ ଗ୍ରାମର ଭରତ ପରିଡାଙ୍କ ପୁଅ ଅକ୍ଷୟ ପରିଡା ଓ ପଦ୍ମନାଭ ପୁର ଗ୍ରାମର ଅଭିରାମ ବେହେରାଙ୍କ ପୁଅ ଅର୍ଘଦେବ ବେହେରା

ଏକ ମଟରସାଇକେଲ ଯୋଗେ ଛତିଆରୁ ନିଜ ଗ୍ରାମକୁ ଫେରୁଥିଲା ବେଳେ ଭାରସାମ୍ଯ ହରାଇ ରାସ୍ତାର ଡିଭାଇଡର ରେ ମଟରସାଇକେଲକୁ ଜୋରରେ ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଅର୍ଘଦେବ ର ମୃତ ହୋଇଥିବା ବେଳେ ଅକ୍ଷୟ ଗୁରୁତର ଆହତ ଅବସ୍ଥାରେ ପଡିରହିଥିଲେ। ଘଟଣା ସ୍ଥଳରେ ଛତିଆ ବିଟ୍ ହାଉସ ଅଧିକାରୀ ମହେନ୍ଦ୍ର କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଆହାତଙ୍କୁ କଟକ ବଡମେଡିକାଲ ପଠାଇ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Exit mobile version