ବିରିଡି ରେ ଗଜ ଲଷ୍ମୀ ପୂଜା l ସୁନ୍ଦର ସାଜସଜା ରେ ଝଲସୁଛି ମଣ୍ଡପ

୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ବିରିଡି ବ୍ଲକ ର ବିଭିନ୍ନ ସ୍ଥାନରେ ବୁଧବାର ରାତିରେ ଗଜଲଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ସୁନ୍ଦର ସାଜସଜା ରେ ମଣ୍ଡପ ଗୁଡିକ ଝଲସୁଛି l ବିଶେଷ କରି ପଣ୍ଡିଆ ମା ‘ସାରଳା ରାଇସ ମିଲ, ବସନ୍ତପୁର, ମଙ୍ଗୁଲି,କମଳପୁର, ପୂରଣ ବଜାର, ପାର୍ବତୀପୁର, କଂଟୁଆର, ଅଢଙ୍ଗ, ଶିବପୁର ଶଙ୍କର ପୁର,

ବାସନ୍ଦର, ବାଇପଦା, ଅଲାଣ୍ଡ, ଦରଡ଼ା ପାରି, ହl ଟୁଆରି, ପଟୁଆରୀ, ଆଦି ପ୍ରାୟ 25ଟି ସ୍ଥାନରେ ମା ଗଜଲକ୍ଷ୍ମୀ ଙ୍କ ମୂର୍ତ୍ତି ପୂଜା ପାଉଛନ୍ତି l ଚଖୁଦାନ, ଜଳଯାତ୍ରା, ଅଧିବାସ, ପ୍ରାଣପ୍ରତିଷ୍ଠା, ମହା ସ୍ନାନ, ଷୋଡଶ ଉପଚାର ପୂଜା, ସନ୍ଧ୍ୟା ଆଳତୀ, କାର୍ଯ୍ୟ ସମାପନ ପରେ ଗୁରୁବାର ସୂର୍ଯ୍ୟ ପୂଜା, ଗୋପୁଜା ମହାସ୍ନାନ, ଵାସ୍ତୁ ପୂଜା,

ଗୀତl ଯଜ୍ଞ, ସନ୍ଧ୍ୟା ଆଳତୀ ଶୁକ୍ରବାର ମହାଲକ୍ଷ୍ମୀ ନୃସିଂହ ସହସ୍ର ନାମ ଆହୁତି, କରାଯିବାର କାର୍ଯ୍ୟକ୍ରମ ରହିଛି l ଏଥିସହ ଷୋଡଶ ଉପଚାର ପୂଜା ସହ ପ୍ରତ୍ୟେକ ପୂଜା ମଣ୍ଡପରେ ମା ଲଷ୍ମୀଙ୍କୁ ବଡ ଭୋଗଲାଗି କରାଯିବାର ଵିଧି ରହିଛି l 5ଦିନପରେ ପୂର୍ଣ୍ଣାହୁତି ଓ ଭସାଣି ଯାତ୍ରା ଅନୁଷ୍ଠିତ ହେବ ବୋଲି ପୂଜା କମିଟି ମାନେ କହିଛନ୍ତି l

 

ପାଗ ଅନୁକୂଳ ଯୋଗୁ ଆୟୋଜକ, ଵେବସାୟୀ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ଆନନ୍ଦ ଉଚ୍ହାହ ରହିଛି ଶ୍ରଦ୍ଧାଳୁ ମାନଂକୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ମଣ୍ଡପରେ ଭଜନ ସନ୍ଧ୍ୟା, ନୃତ୍ୟ, ସଂଗୀତ, ମେଲୋଡି ର ଆୟୋଜନ କରାଯାଇଛି l

ସବୁଠାରୁ ମା ସାରଳା ରାଇସ ମିଲ ଠାରେ ହୋଇଥିବା ଲଷ୍ମୀ ନାରାୟଣ ଓ ଗରୁଡ ଙ୍କ ପୂଜା ସବୁଠାରୁ ଆକର୍ଷଣ ହୋଇଥିଲା ପଣ୍ଡିତ ସମ୍ରାଟ ଗୌରାଙ୍ଗ ଚରଣ ପତି ଙ୍କ ପୂଜା ଵିଧି ବେଶ ଆଧ୍ୟାତମିକ ପରିବେଶ ସୃଷ୍ଟି କରିଥିଲା l

Exit mobile version