୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେଳାକୁ ଜିଲ୍ଲାର ଚାଷୀ ଓ ଜନସାଧାରଣଙ୍କ ପାଇଁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଆସନ୍ତା ନଭେମ୍ବର ତା.୦୮.୧୧.୨୦୨୪ ଓ ତା ୦୯.୧୧.୨୦୨୪ ରିଖ ଦୁଇ ଦିନ ଧରି ଗଜପତି ଷ୍ଟାଡିୟମ ଠାରେ ମେଳା ଆୟୋଜନ ହେବ I ଏଥିରେ ୨୦ ଗୋଟି ଷ୍ଟଲ ସହିତ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରଜାତିର ଗୃହପାଳିତ ପ୍ରାଣୀ ସମ୍ପଦର ପ୍ରଦର୍ଶନୀ ଆୟୋଜିତ ହେବ I
