Home ଓଡ଼ିଶା ସର୍ବଗୁଣ ସମ୍ପର୍ଣ୍ଣ| ଙ୍କୁ ଏହି ମର୍ଯ୍ୟାଦା ଜନକ ସଂମ୍ମାନ ପ୍ରଦାନ କରାଯାଏ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ନୟାଗଡ ଷଷ୍ଠ ଶ୍ରେଣୀର ଛାତ୍ରୀ ବିଶ୍ୱବିଜିତା ମହାନ୍ତି ଉତ୍କଳଜ୍ୟୋତି ସଂମ୍ମାନରେ ସଂମ୍ମାନିତ ହୋଇ ନୟାଗଡ ପାଇଁ ଗୌରବ ଆଣିଲେ | ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ତା. 17.10.24 ରିଖ ଗୁରୁବାର ଭୁବନେଶ୍ୱର କଳିଙ୍ଗବୁଦ୍ଧ ମନ୍ଦିର ସଭାମଞ୍ଚରେ ଓଡିଶା ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ପ୍ରଫେସର ଡ଼ଃ ଅଶୋକ କୁମାର ମହାପାତ୍ର ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ବିଶ୍ୱବିଜିତାଙ୍କୁ ଉତ୍କଳଜ୍ୟୋତି ସଂମ୍ମାନ ପ୍ରଦାନ କରିଥିଲେ | ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ ଭାଗନେଇ ବକୃତା, ଚିତ୍ରାଙ୍କନ, ସଂଗୀତ, ନୃତ୍ୟ, ସ୍ୱରଚିତ କବିତା, ଆବୃତ୍ତି, ସାଧାରଣଜ୍ଞାନ, ଅଭିନୟ ସାଙ୍ଗକୁ ଗଣିତ, ଇଂରାଜୀ ଲିଖିତ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସର୍ବଗୁଣ ସମ୍ପର୍ଣ୍ଣ ଛାତ୍ରୀ/ଛାତ୍ରଙ୍କୁ ଏହି ସଂମ୍ମାନ ପ୍ରଦାନ କରାଯାଇଥାଏ | ବିଶ୍ୱବିଜିତା ବ୍ଲକ ସ୍ତରଠୁ ଆରମ୍ଭକରି ଜିଲ୍ଲାସ୍ତର ଓ ରାଜ୍ୟସ୍ତରରେ ବକୃତା, ବିଜ୍ଞାନମେଳା, ଗୀତ ଇତ୍ୟାଦି ରେ ଭାଗନେଇ ସରକାରୀ ଏବଂ ବେସରକାରୀ ପ୍ରତିଦ୍ବନ୍ଦୀତାରେ ସଫଳତାର ସହ ପ୍ରଥମସ୍ଥାନ ଅଧିକାରକରି ଅନେକବାର ପୁରସ୍କୃତ ହୋଇଛନ୍ତି | “ଉତ୍କଳଜ୍ୟୋତି ” ସଂମ୍ମାନ ପାଇବାପରେ ସର୍ବସାଧାରଣ, ଅଭିଭାବକ, ଗୁରୁଜନମାନଙ୍କ ଠାରୁ ଶୁଭେଚ୍ଛା ଓ ଆଶୀର୍ବାଦ ମିଳୁଛି | ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ର ସମ୍ପାଦକ ଶ୍ରୀଧର ସାହୁ, ପ୍ରଧାନଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ସମସ୍ତ ଗୁରୁଜୀ /ଗୁରୁମା ବିଶ୍ୱବିଜିତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି | Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ନୟାଗଡ ଜିଲ୍ଲା, ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026