ଅସରଳା ଶ୍ରୀ ଗଜାଲଷ୍ମୀ ମହୋତ୍ସବ ଉଦଯାପିତ  

୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଅସରଳା ପଞ୍ଚାୟତ ନୁଆସାହିସ୍ଥିତ ଖେଳପଡିଆଠାରେ ମା ” ତାରିଣୀ ଯୁବକ ସଙ୍ଘ ଦ୍ୱାରା ୩ଦିନ ଧରି ଆୟୋଜିତ ଶ୍ରୀ ଗଜଲଷ୍ମୀ ମହୋତ୍ସବ ଗୁରୁବାର ଦିନ ଉଦଯାପିତ ହୋଇ ଯାଇଛି ! ଶ୍ରୀ ଗଜଲଷ୍ମୀ ମହୋତ୍ସବର ଉଦଯାପିତ ଦିବସରେ ଶିକ୍ଷାବିତ ସୁବଳ ଜେନାଙ୍କ ପୌରୋହିତ୍ୟ କରିଥିବାବେଳେ ମୁଖ୍ୟଅତିଥି ଭାବେ ଖୋର୍ଦ୍ଧା ବ୍ଲକ ବିଜେପି ବିଧାୟକ ପ୍ରଶାନ୍ତ ଜଗଦେବ,

ମୁଖ୍ୟବକ୍ତା ଭାବେ ଜିଲ୍ଲାପରିଷଦ ସଭ୍ୟ ଅନାଦି ସାହୁ ଓ ସଂମ୍ମାନିତ ଅତିଥିଭାବେ ବୋଲଗଡ଼ ବ୍ଲକ ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ଦୁର୍ଯ୍ୟୋଧନ ସ୍ୱାଇଁ,ପ୍ରମୋଦ କୁମାର ସାହୁ ପ୍ରମୁଖଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୃତିରେ ଫୁଳଚନ୍ଦନ ଓ ପ୍ରଦୀପ ପ୍ରଜ୍ବଳନକରି ଶୁଭlରମ୍ଭ କରିଥିଲେ ! ମା” ତାରିଣୀ ଯୁବକ ସଙ୍ଘ ତରଫରୁ ଅତିଥିମାନଙ୍କୁ ଉତ୍ତରୀୟ, ଫୁଲତୋଡ଼ାଦେଇ ସମ୍ବର୍ଦ୍ଧିତ କରାଯାଇଥିଲା !

ଏହି ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଐତିହ୍ୟ, ସଂସ୍କୃତି, ପରମ୍ପରା ସହ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ ନେଇ ମା ତାରିଣୀ ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହୋତ୍ସବର ମୁକ୍ତାକାଶ ରଙ୍ଗମଞ୍ଚରେ ବେଗୁନିଆ ବଡ଼ବେରେଣାର ମା “କାଳିକା ଦେବୀ ସାଂସ୍କୃତିକ କଳା ପରିଷଦ,

ଖୋର୍ଦ୍ଧା ଗଡମାଣତିରର ଆଞ୍ଚଳିକ ପାଇକଆଖଡ଼ା ମହାସଂଘ ଓ ରାଜ୍ୟ ସରକାରଙ୍କ ତରଫରୁ ଇଣ୍ଟର ନ୍ୟାସନାଲ ଶୋଭନୀୟ କଲଚୁରାଲ ଟ୍ରୁପ,କଟକର କଳାକାର ମାନଙ୍କ ଦ୍ଵାରା ପ୍ରଦର୍ଶିତ ପରମ୍ପରୀକ ବିବିଧ ନୃତ୍ୟ, ପାଇକ ଆଖଡ଼ା ସମରକଳା,ବିଭିନ୍ନ ଲୋକକଳା, ଓଡିଶୀ,ସମ୍ବଲପୁରୀ, ଆଧୁନିକ ଓ ଲୋକନୃତ୍ୟ ଆଦି ଦର୍ଶକମାନଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭରପୁର ମନୋରଞ୍ଜନ କରିଥିଲା।

ଏହି ମହୋତ୍ସବରେ ବହୁ ପ୍ରତିଭାବାନ ବ୍ୟକ୍ତି ଓ କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ତରୀୟ, ଫୁଲତୋଡ଼ା,ପ୍ରମାଣ ପତ୍ର ଦେଇ ଅତିଥିମାନେଙ୍କୁ ଉତ୍ସାହିତ କରି ସମ୍ବର୍ଦ୍ଧିତ କରିଥିଲେ ! ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ ସ୍ୱାଇଁ ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଶ୍ରୀକାନ୍ତ ନାୟକମଞ୍ଚ ପରିଚାଳନା କରିଥିଲେ !

ମା “ତାରିଣୀ ଯୁବକ ସଂଘର ସଭାପତି ପ୍ରଦୀପ ବେହେରା, ସମ୍ପାଦକ ସନ୍ତୋଷ ସାହୁ, ଭୀମସେନ ଭଞ୍ଜ, ପ୍ରସନ୍ନ କୁମାର ଭଞ୍ଜ ଓ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହି ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ଶିକ୍ଷାବିତ ସୁବଳ ଜେନା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Exit mobile version