ମାଣିକାଗୋଡ଼ାରେ ଦଶହରା ପର୍ବ ଉଦଯାପିତ ହେଲା

୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼  :-> ଚଳିତ ବର୍ଷ ମାଣିକାଗୋଡ଼ାର ବିଶ୍ୱପ୍ରସିଦ୍ଧ, ହିନ୍ଦୁ ମୁସଲିମ ଦଶହରା ପର୍ବର ଉଦଯାପନୀ ଦିବସରେ, ମିନି ବ୍ୟାଙ୍କ ଛକରେ ଗାନ୍ଧୀ ବଜାର ବଣିକ ସଂଘ ତରଫରୁ ଏକ ସାମାଜିକ ନାଟକ “କାନ୍ଦେନା ଲୁହ ସରିଯିବ “ମଞ୍ଚସ୍ଥ ହୋଇଯାଇଛି l ଏଥିନିମନ୍ତେ ଅନୁଷ୍ଠିତ ମଞ୍ଚ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମାନ୍ୟବର ବିଧାୟକ ପ୍ରଦୀପ କୁମାର ସାହୁ, ସମ୍ମାନିତ ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ଇଂ. କର୍ପୁର ସାହୁ, ଅଧିବକ୍ତା ଅମୀୟ ପଟନାୟକ,

ଗାନ୍ଧୀ ବଜାର ସଭାପତି ଭୀମସେନ ଦଳାଇ, ସରପଞ୍ଚ ପ୍ରତିନିଧି ତ୍ରିନାଥ ସ୍ୱାଇଁ, ସମିତି ସଭ୍ୟା ପ୍ରତିନିଧି ଶରତ କୁମାର ଦଳାଇ,ନାଏବ ସରପଞ୍ଚ ସୁଶାନ୍ତ କୁମାର ପରିଡା, ଚିକିତ୍ସକ ସଂଗ୍ରାମ କେଶରୀ ସାହୁ, ବରିଷ୍ଠ କଂଗ୍ରେସ ନେତା ଶ୍ୟାମ ସୁନ୍ଦର ଦଳାଇ, ବଡ଼କୁମାରୀ ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନ, 25ନଂଜୋନ ଜିଲ୍ଲା ପରିଷଦ ପ୍ରତିନିଧି ଶୁଭେନ୍ଦୁ କୁମାର ସାହୁ, ନାଟ୍ୟ ନିର୍ଦେଶକ ସୌମ୍ୟରଞ୍ଜନ ସୁବୁଦ୍ଧି, ଚଣ୍ଡୀ ପାଟଣା କ୍ଳବ ସଭାପତି ଆଲୋକ ବେହେରା, ଅଧିବକ୍ତl ପୁରୁଷୋତ୍ତମ ସୁବୁଦ୍ଧି,

ବିଜେପି ପଞ୍ଚାୟତ ସଭାପତି ଉପେନ୍ଦ୍ର କୁମାର ସୁବୁଦ୍ଧି, ପୂର୍ଣ୍ଣଚନ୍ଦ୍ର ଦଳାଇ, ଗୋଲଖ ସ୍ୱାଇଁ, ବିଶିଷ୍ଟ ବ୍ୟବସାୟୀ ଦୁର୍ଯ୍ୟୋଧନ ପୃଷ୍ଟି, କୁଳମଣି ପ୍ରଧାନ, କୁମୁଟିସାହି ମୌଜା ସଭାପତି କେଦାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ l ମିନି ବ୍ୟାଙ୍କ ସମ୍ପାଦକ ବିରଞ୍ଚି ପ୍ରଧାନ ମଞ୍ଚକାର୍ଯ୍ୟକ୍ରମ ତୁଲାଇଥିଲେ l ଯୁବନେତା ସୁନୀଲ କୁମାର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ l ପାଖା ପାଖି 5ହଜାର ଦର୍ଶକ ନାଟକଟିକୁ ଉପଭୋଗ କରିଥିଲେ l ପରିଶେଷରେ “ମା ଦୁର୍ଗା”ଙ୍କ ମୃଣୟ ମୂର୍ତ୍ତିକୁ ବିରାଟ ପଟୁଆରରେ ନେଇ ନିକଟବର୍ତ୍ତୀ ନଦୀରେ ବିସର୍ଜନ କରାଗଲା l

Exit mobile version