Home ଅପରାଧ ନାବାଳକ କୁ ହତ୍ୟା ଘଟଣା ଶିଶୁ ବଳି ସନ୍ଦେହ ନେଇ ପରିବାର ଲୋକଙ୍କ ଅଭିଯୋଗ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ଵଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ମାଲପଡା ପଞ୍ଚାୟତ ଜଳପାଙ୍କେଲ ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଜଲପାଙ୍କେଲ ଗାଁ ର ତପନ ବିଭାର ଙ୍କ ୧୨ ବର୍ଷର ପୁଅ ସୋମନାଥ ବିଭାର ର ମୃତ୍ୟୁ କୁ ନେଇ ବିଭାର ପରିବାର ବର୍ଗ ଆଣିଛନ୍ତି ଅଭିଯୋଗ ସହ ଗୁଣି ଗାରିଡି ଶିଶୁବଳି ସନ୍ଦେହ । ସୂଚନା ଅନୁସାରେ ଗତ କାଲି ଅପରାହ୍ନ ୪ ଟା ରୁ ନିଖୋଜ ରହିଥିଲା ୧୨ ବର୍ଷିଆ ନାବାଳକ ଘରେ ବହୁ ଖୋଜା ଖୋଜି ସହ ପୋଲିସ କୁ ସୂଚନା ଦେବା ପରେ ଉଭୟେ ଖୋଜାଖୋଜି କରିଥିଲେ ସୁଦ୍ଧା ନାବାଳକ ବାଳକ କୁ ପାଇ ନଥିଲେ । ଯାହା ଆଜି ଝଳିଆଲିଟି ଗ୍ରାମରେ ଏକ ନିଛାଟିଆ ସ୍ଥାନରେ ନିଖୋଜ ବାଳକର ମୃତ ଦେହ ଉଦ୍ଧାର ହୋଇଛି । ନାବାଳକ ର ମୃତ ଦେହ ପାଖରେ ଏକ ଗାତ ଖୋଳି ପୋତି ଦେବା ଉଦ୍ୟମ କରି ଥିଲେ ସୁଦ୍ଧା ଗାତ ଖୋଳି ପାରିନଥିବାରୁ ନାବାଳକା ଙ୍କ ମୃତ ଦେହ ଛାଡି ହତ୍ୟାକାରୀ ମାନେ ଚାଲିଯାଇଥିଲେ ପୁଲିସ ଅନୁମାନ କରିଛି।ଘଟଣା ସ୍ଥଳରେ ପୋଲିସ ତନାଘନା ତଦନ୍ତ ଜାରି ରଖିଛି । ସେପଟେ ପରିବାର ବର୍ଗ ଶିଶୁ ବଳି ଦେଇଥିବା ନେଇ ନ୍ୟାୟ ଆଶା ରହିଛନ୍ତି । ଅଭିଯୁକ୍ତ ଙ୍କୁ ଗିରଫ ନକଲେ ରାଜରାସ୍ତାକୁ ଅବରୋଧ କରିବା ସହ ତୁରନ୍ତ ଗିରଫ କରିବାକୁ ପରିବାର ଲୋକେ ଦାବୀ କରିଛନ୍ତି । ଦୀର୍ଘ ଘଣ୍ଟା ପରେ ପରିବାର ଲୋକେ ମଧ୍ୟ ହତ୍ୟାକାରୀ ମାନକୁ ଗିରଫ ଦାବୀରେ ନେଇ ଲାଠୋର – ନୂଆପଡ଼ା ରାସ୍ତା ଅବରୋଧ କରିଥିଲେ । ଧାରଣା ସ୍ଥଳକୁ ଲାଠୋର ପୁଲିସ ପହଞ୍ଚି ବୁଝାସୁଝା କରୁଥିବା ବେଳେ ସାଇଣ୍ଟିଫିକ ଟିମ୍ ସହ ଡଗ୍ ସ୍କାର୍ଡ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରୁଥିବା ପୁଲିସ ସୂତ୍ରରୁ ଜଣାପଡିଛି ।ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ ଜାରି ରଖିଥିବା ଲାଠୋର ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିନଥିବା ଜଣାପଡିଛି । Categories: ଅପରାଧ, ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026