Home ଅପରାଧ ବାଇକ୍ କୁ ପଛରୁ ପିଟିଲା ମାଲବାହୀ ଟ୍ରକ୍ – ବାଇକ୍ ଆରୋହୀ ଯୁବକ ଗୁରୁତର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନାଚୁଣୀ ଥାନା ଅନତି ଦୂର ସୁନାଖଳା ଓଭରଵ୍ରିଜ ୧୬ ନଂ ଜାତୀୟ ରାଜପଥ ଉପରେ ଆଜି ସ°ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ସୂଚନାଯୋଗ୍ୟ ଆଜି ସ°ଧ୍ୟା ପ୍ରାୟ ୬ ଟା ସମୟରେ ନିକଟସ୍ଥ ହରିକୁଣ୍ଡ ଵରଡିହ ସ୍ଥିତ ନିଜ ଗ୍ରାମରୁ କୈ।ଣସି କାମରେ ସନାତନ ମହାରଣା ଙ୍କ ପୁଅ ଦୀପକ ମହାରଣା (୨୫ ବର୍ଷ ) ନିଜ ବାଇକ ( ନଂ- ଓ ଡି ୩୩ ଏଚ୍ ୯୦୨୧ ) ରେ ନାଚୁଣୀ ଆଡ଼କୁ ଆସୁଥିଲେ। ତେବେ ସୁନାଖଳା ଓଭର ବ୍ରିଜ ୧୬ ନଂ ଜାତୀୟ ରାଜପଥ ଉପରେ ପଛରୁ ଦୃତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରକ୍ ( ନଂ – ଏନ୍ ଏଲ ୦୧ ଏଲ ୦୫୫୭ ) ଦୀପକ୍ ଙ୍କ ବାଇକ୍ କୁ ଧକ୍କା ଦେଇ ତାଙ୍କ ଉପରେ ଚଢିଯାଇ ଥିଲା । ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଗାଡ଼ି ଛାତି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଗୁରୁତର ଦୀପକଙ୍କ ମୁଣ୍ଡରୁ ପ୍ରଚୁର ରକ୍ତ ସ୍ରାବ ହେବା ସହିତ ତାଙ୍କ ଖପୁରୀ ବାହାରି ଯାଇଥିଲା । ଖବର ପାଇ ନାଚୁଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ°କଟାପର୍ଣ୍ଣ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ସହୃଦୟ ବ୍ୟକ୍ତି ଙ୍କ ସହଯୋଗ ରେ ୧୦୮ ଆମ୍ବୁଲାନ୍ସରେ ଆଶୁ ଚିକିତ୍ସା ସହାୟତା ପାଇଁ ଟାଙ୍ଗୀ ସରକାରୀ ଡାକ୍ତରଖାନା କୁ ପଠାଇଥିବା ପ୍ରକାଶ। ଦୁର୍ଘଟଣା ଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ନାଚୁଣୀ ପୋଲିସ ତଦନ୍ତ ଜାରି ରଖିଛି । Categories: ଅପରାଧ, ଓଡ଼ିଶା, କନ୍ଧମାଳ Related Content ଅସୁସ୍ଥଥିବା କଟକ ମହାନଗର ଶାନ୍ତି କମିଟିର ଶ୍ରୀ ଭିକାରୀ ଦାସଙ୍କୁ ଭେଟିଲେ ସି.ପି.ଆଇ ନେତୃମଣ୍ଡଳୀ by Proprietor Abhimanyu Maharana September 18, 2026 ମା "ମଙ୍ଗଲ ଚଣ୍ଡୀଙ୍କ ନୂତନ ପିତ୍ତଳ ମେଢରେ ଝଲସିଲା ପୁଜା ମଣ୍ଡପ by Proprietor Abhimanyu Maharana September 18, 2026 ବନମାଳୀପୁର ଦୁର୍ଗା ପୂଜାରେ ବିନା ଡି 'ଜେ' ରେ ଶୃଙ୍ଖଳିତ ପୂଜା ପାଇଁ ନିଷ୍ପତ୍ତି by Proprietor Abhimanyu Maharana September 18, 2026 "ମୋ ପରିବାର" ପ୍ରତିଷ୍ଠାତା ଶୁଭେନ୍ଦ୍ର ଶତପଥୀ ସମ୍ମାନୀତ by Proprietor Abhimanyu Maharana September 17, 2026 ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଅଚ୍ୟୁତ ସାମନ୍ତ by Proprietor Abhimanyu Maharana September 17, 2026 ସାମୁହିକ ଗଣେଷ ମେଢ଼ ବିସର୍ଜନ ଲାଗି ପ୍ରଶାସନିକ ପ୍ରସ୍ତୁତି ବୈଠକ by Proprietor Abhimanyu Maharana September 17, 2026