Home ଅପରାଧ ଆକ୍ସନ ମୁଡରେ ପୁରୀ ବନ ବିଭାଗ : ଗୋପରେ ବନ୍ୟ ବିଭାଗ ପକ୍ଷରୁ ୩ଟି ସ-ମିଲ ଉପରେ ଭିଜିଲାନ୍ସ ଦ୍ଵାରା ଚଢ଼ାଉ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ଗୋପ ଥାନା ଅଧିନସ୍ଥ୍ଧ ଯମରା ଠାରେ ଥିବା ଦୁଇଟି କରତକଳ ଏବଂ ବାଲିକନ୍ଦଳ ଠାରେ ଗୋଟିଏ କରତ କଳ ଉପରେ ଆଜି ପୁରୀ ବନ ବିଭାଗ ପକ୍ଷରୁ ଭିଜିଲାନ୍ସ ଦ୍ଵାରା ଚଢ଼ାଉ କରାଯାଇଛି । ଗୋପ,କୋଣାର୍କ, ଅସ୍ତରଙ୍ଗ, ବ୍ରହ୍ମଗିରି ବନ ବିଭାଗ ମିଳିତ ଭାବେ ୩ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲେ l ବେଗୁନିଆ ର ବାଲି କନ୍ଦଳରେ ଦୀର୍ଘ ବର୍ଷଧରି ରାମ ସାହୁ ନାମ ବ୍ୟକ୍ତି କରତକଳ ଚଳାଉ ଥିବାବେଳେ ଜମରାଗଡ ଠାରେ ଅଜୟ ନାୟକ ଓ ବାବୁଲି ସ୍ୱାଇଁ ଙ୍କ କରତକଳ ଉପରେ ମିଳିତ ଚଢ଼ାଉ କରାଯାଇଛି ।ଲକ୍ଷାଧିକ ଟଙ୍କାର ସାମଗ୍ରୀ ବିଭିନ୍ନ ଯନ୍ତ୍ରପାତି ସବୁ ଭିଜିଲାନ୍ସ ପକ୍ଷରୁ ଜବତ ହୋଇଛି l ପୁରୀ ଏ ସି ଏଫ ଅଶୋକ କୁମାର ବେହେରାଙ୍କ ନେତୃତ୍ୱ ରେ , କୋଣାର୍କ ଓ ଗୋପ ବନ ଅଧିକାରୀ ସୁଦର୍ଶନ ଦେହୁରୀ ଓ ଫରେଷ୍ଟ ଗାର୍ଡ ବିଜୟଲଷ୍ମୀ ବଳ,ବାଲୁଖଣ୍ଡ ବନ ଅଧିକାରୀ ପ୍ରଦିପ୍ତ କୁମାର ମହାନ୍ତି, ବ୍ରହ୍ମଗିରି ବନ ଅଧିକାରୀ ଚନ୍ଦ୍ର ଶେଖର ସାହୁ, ଅସ୍ତରଂଗ ବନ ଅଧିକାରୀ ମୋନାଲିସା ମହାପାତ୍ର ଙ୍କ ମିଳିତ ସହଯୋଗରେ ଚଢ଼ାଉ କରାଯାଇଥିଲା l ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ ଅନେକ ମୂଲ୍ୟବାନ କାଠ ଜବତ କରିଥିଲେ। ଚଢ଼ାଉ ସମୟରେ ସୁରକ୍ଷା କର୍ମୀ ଙ୍କ ସମେତ ଏକାଧିକ ବନ ବିଭାଗୀୟ ଅଧିକାରୀ ଓ ଅଧିକାରିଣୀ ମାନେ ଉପସ୍ଥିତ ରହିଥିଲେ l ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ କୁ ଗ୍ୟାସ କଟର ଦ୍ଵାରା କାଟି ଜବତ କରାଯାଇଛି l ଗୋପ ବନ ବିଭାଗ ର ମୁଖ୍ୟ ଅଧିକାରୀ ଙ୍କ ପଦବୀ ଖାଲି ଥିବା ସହିତ ବନ ବିଭାଗ ର କୋହଳ ମନୋଭାବ ଯୋଗୁଁ ଗୋପ ରେ ଏକାଧିକ ବେଆଇନ କରତକଳ ଗୁଡିକ ଗଢ଼ି ଏବେ ସକ୍ରିୟ ହୋଇ ଉଠୁଛି l ସେହି ପରି ବାଲୁଖଣ୍ଡ ଅଭୟାରଣ୍ୟ ସଂଲଗ୍ନ ସରକାରୀ ଜମିରୁ ବେନିୟମ ଭାବେ ପ୍ରତିଦିନ ଶହ ଶହ ଗଛ କଟା ଯାଉଥିଲେ ମଧ୍ୟ ତାହା ଉପରେ ସ୍ଥାନୀୟ ପ୍ରଶାସନ କେବେ ନଜର ଦେବେ ତାହା ସାଧାରଣରେ ଚର୍ଚ୍ଚା ହେଉଛି ।ଗୋପରେ ଛତୁ ଫୁଟିଲା ଭଳି ବେଆଇନ କରତ କଳ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଯଦି ନିଆଯିବ ହୁଏତ ଜଙ୍ଗଲ ସୁରକ୍ଷିତ ରହିବା ସହିତ ପରିବେଣ ସୁସ୍ଥ ରୁହନ୍ତା ବୋଲି ପରିବେଶବିତ ଙ୍କ ମତ l ଏହିଭଳି ଆହୁରି ଅନେକ କରତକଳ ଏବେ ବି ସକ୍ରିୟ ରହିଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀଙ୍କ ନଜର କୁ କିପରି ଆସୁନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଜଙ୍ଗଲ ସୁରକ୍ଷା ଆମର ଦାୟିତ୍ୱ ବୃକ୍ଷ ରୋପଣ ସପ୍ତାହ ପାଳୁଥିବାବେଳେ ବେନିୟମ ଭାବେ କରତକଳର ମାଲିକ ମାନେ ତଥା ଚୋରା କାଠ ବେପାରୀ ମାନେ ଶତାଧିକ ମୂଲ୍ୟବାନ ଗଛ କୁ କାଟି ପଦା କରୁଛନ୍ତି ବୋଲି ପ୍ରାକୃତିକ ବିପର୍ଯ୍ୟୟ କ୍ରମଶଃ ବୃଦ୍ଧି ପାଉଛି ।ବାଲୁଖଣ୍ଡ ଅଭୟାରଣ୍ୟକୁ ଲାଗି ଜଙ୍ଗଲ ସବୁ ସଫା ହୋଇଯିବାରୁ ଜଂଗଲୀ ଜନ୍ତୁ ଗାଁ ଭିତରକୁ ଆସି ଫସଲ ନଷ୍ଟ କରିବା ସହ ମୃତ୍ୟୁମୁଖରେ ପଡ଼ୁଛନ୍ତି।ବନ ବିଭାଗର ଆକ୍ସନ ମୁଡ୍ ଦେଖି ଲୋକେ ଖୁସି ହେଉଥିବା ବେଳେ କେବେ ଚୋରା କାଠ ବେପାରୀଙ୍କ ଉପରେ ପ୍ରଶାସନର ଛାଟ ବାଜୁଛି ତାହା ସମୟ କହିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। Categories: ଅପରାଧ, ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026