୧୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଗାଧେଇବା ଘରୁ ଯୁବତୀ ର ମୃତ ଶରୀର ଉଦ୍ଧାର ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପଡ଼ି ଠାରେ । ସୂଚନା ଅନୁଯାଇ ପଣସପଡ଼ି ଠାରେ ଏକ ଭଡା ଘରେ ଈପସିତା ପଟନାୟକ (୨୪) ନିଜ ପରିବାର ସହିତ ରହୁଥିଲେ । ହଠାତ ଘର ଲୋକେ ଈପସିତା ର ମୃତ ଶରୀର ଗାଧେଇବା ଘରୁ ଦେଖିବା ପରେ ସଙ୍ଗେ ସଙ୍ଗେ ବାଲିଗୁଡା ପୋଲିସ କୁ ଖବର ଦେଇଥିଲେ ।
