୧୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତ ରେ ଗତ ୫ ଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ପଦାକୁ ବାହାରୁନଥିବା ଖବର ମିଳିଛି l ସୂଚନା ଯୋଗ୍ୟ ଯେ, ଗତ ଶନିବାର ଦିନ ଉକ୍ତ ଗ୍ରାମର କିଛି ଗ୍ରାମବାସୀ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ହେଲେ ହଠାତ ବାଘ ରଡି ଶୁଣିବାକୁ ପାଇଥିଲେ l

