ଓଡିଶାରେ ନିଜର ଉପସ୍ଥିତିକୁ ସୁଦୃଢ କରିଛି
୧୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଉରକେଲା :-> ଇତିହାସ, ସଂସ୍କୃତି ଓ ବିଳାସପୂର୍ଣ୍ଣତାକୁ ଏକତ୍ରିତ କରୁଥିବା ଏକ ସ୍ମରଣୀୟ ଅବସରରେ ଭାରତର ପ୍ରତିଷ୍ଠିତ ଜୁଏଲାରୀ ବ୍ରାଣ୍ଡ, ଟିବିଜେଡ୍-ଦି ଓରିଜିନାଲ ଓଡିଶାର ଇସ୍ପାତ ରାଜଧାନୀ ରାଉରକେଲାଠାରେ ନିଜର ବିଶାଳ ପ୍ରବେଶକୁ ପାଳନ କରିଛି । ଏହା ଓଡିଶାରେ ଟିବିଜେଡ୍-ଦି ଓରିଜିନାଲର ଶୁଭାରମ୍ଭକୁ ଚିହ୍ନଟ କରିଛି ଯାହାକି, ରାଉରକେଲାର ଉଦିତ୍ନଗରରେ ଅବସ୍ଥିତ ରହିଛି । ଆଜି ଭାରତର ୨୭ଟି ସହରରେ ୩୫ଟି ଷ୍ଟୋର ସହିତ ଟିବିଜେଡ୍-ଦି ଓରିଜିନାଲ ଗୁଣବତା ଓ କାରିଗରୀ କ୍ଷେତ୍ରରେ ନୂତନ ବେଂଚ୍ମାର୍କ ସ୍ଥାପନ କରିବା ବଜାୟ ରଖିଛି । ଏହାର ବିରାସତ ସହ ତାଳ ଦେଇ ରାଉରକେଲା ଷ୍ଟୋର୍ ହୀରା ଅଳଙ୍କାରର ଏକ ଆକର୍ଷଣୀୟ କଲେକ୍ସନକୁ ପ୍ରଦର୍ଶିତ କରିବାକୁ ଯାଉଛି, ଯାହାକୁ ଟିବିଜେଡ୍-ଦି ଓରିଜିନାଲର ନିଜସ୍ୱ ଷ୍ଟେଟ-ଅଫ୍-ଦି-ଆର୍ଟ ମାନୁଫ୍ୟାକ୍ଚରିଂ ଫ୍ୟାସିଲିଟି ଗୁଡିକରେ ନିର୍ମାଣ କରାଯାଇଛି ।
