Home ଓଡ଼ିଶା ଏୟାରଟେଲ୍ ର ଏଆଇ କ୍ଷମତାଯୁକ୍ତ ନେଟୱାର୍କ ସମାଧାନ ବ୍ୟବସ୍ଥା ଓଡ଼ିଶାର ଗ୍ରାହକଙ୍କୁ ସ୍କାମକଲ ଏବଂ ଏସଏମଏସ ବନ୍ଦ କରିବାରେ ସାହାଯ୍ୟ କରିବ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ସମସ୍ତ ଏୟାରଟେଲ ଗ୍ରାହକଗଣ ମାଗଣାରେ ଏକ ସ୍ୱୟଂଚାଳିତ କାର୍ଯ୍ୟକ୍ଷମ ସମାଧାନର ସୁବିଧା ପାଇପାରିବେ ୧୭ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର :-> ଭାରତୀ ଏୟାରଟେଲ୍ ର ନୂତନ ଏଆଇ କ୍ଷମତାଯୁକ୍ତ ସ୍କାମ ସନ୍ଧାନକାରୀ ବ୍ୟବସ୍ଥା ଓଡ଼ିଶାର ଗ୍ରାହକମାନଙ୍କୁ ବହୁ ପ୍ରତୀକ୍ଷିତ ଆରାମ ପ୍ରଦାନ କରିବାରେ ସମର୍ଥ ହୋଇପାରିବ । ଶୁଭାରମ୍ଭର ୨୦ଦିନ ମଧ୍ୟରେ, ଏହି ଅଗ୍ରଣୀ ଟେଲିକମ୍ ସମାଧାନକାରୀ ସମଗ୍ର ଓଡ଼ିଶା ରାଜ୍ୟରେ ୫୪ମିଲିୟନ ସମ୍ଭାବ୍ୟ ସ୍କାମକଲ ତଥା ୨ ମିଲିୟନ ସ୍କାମ ଏସଏମଏସ ମେସେଜକୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରିଛି । ସେବା ପ୍ରଦାନକାରୀଙ୍କୁ ଅନୁରୋଧ କରିବା କିମ୍ବା ଆପ୍କୁ ଡ଼ାଉନଲୋଡ଼ର ଆବଶ୍ୟକତାକୁ ଛାଡ଼ିଦେଇ ରାଜ୍ୟର ସମସ୍ତ ଏୟାରଟେଲ୍ ମୋବାଇଲ ଉପଭୋକ୍ତା ଏବେ ଏହି ସ୍ୱୟଂକ୍ରିୟ କାର୍ଯ୍ୟକ୍ଷମ ସମାଧାନର ସୁବିଧା ପାଇପାରିବେ । ଶୁଭାରମ୍ଭ ଉପରେ ମତବ୍ୟକ୍ତ କରି, ବାଲାଜୀ ସିଂ, ଚିପ୍ ଅପରେଟିଙ୍ଗ ଅଫିସର, ଓଡ଼ିଶା ଭାରତୀ ଏୟାରଟେଲ୍ କହିଛନ୍ତି, “ଯୋଗାଯୋଗ ପ୍ରକ୍ରିୟା ଯେହେତୁ ଅଧିକ ମାତ୍ରାରେ ବିସ୍ତାରିତ ହେଉଅଛି, ଗ୍ରାହକମାନେ ପ୍ରତାରଣା, ପ୍ରବଞ୍ଚନା ତଥା ମନ୍ଦ ଉଦ୍ଦେଶ୍ୟ ନିହିତ ଯୋଗାଯୋଗ ବୃଦ୍ଧିର ସମ୍ମୁଖୀନ ହେଉଛନ୍ତି, ଯାହାକି ସେମାନଙ୍କୁ ଅତ୍ୟନ୍ତ ଅସୁବିଧାର ଅନୁଭବ ସହିତ ଏଥିରୁ ନିବୃତ ରହିବାକୁ ପଡୁଛି । ଏଭଳି ଡ଼ିଜିଟାଲ ଧମକର ପ୍ରତିହତ କରିବା ପାଇଁ, ଏୟାରଟେଲ ଅତି ଗର୍ବର ସହିତ ଏଆଇ କ୍ଷମତାଯୁକ୍ତ ସମାଧାନକାରୀତାର ଏକ କୌଶଳ ଉପସ୍ଥାପନ କରିଛି ଯାହା ପୂର୍ବରୁ ସଜ୍ଜିତ ଭାବରେ ଏଭଳି ସନ୍ଦେହକାରୀ ସ୍କାମକଲ ଏବଂ ମେସେଜ ଗୁଡ଼ିକୁ ସନ୍ଧାନ କରିବାରେ ସମର୍ଥ ହୋଇପାରିଛି । ଏହି ଆଧୁନିକତମ କୌଶଳକୁ କାର୍ଯ୍ୟକ୍ଷମ କରିବା ଦ୍ୱାରା ଏୟାରଟେଲ ଏହାର ୧୯.୨ ମିଲିୟନରୁ ଅଧିକ ଏକ ଶକ୍ତିଶାଳୀ ଗ୍ରାହକ ଗୋଷ୍ଠୀଙ୍କ ସୁରକ୍ଷା ବୃଦ୍ଧି କରିବା ସହିତ ଏକ ଅତି ସୁରକ୍ଷାକାରୀ ଯୋଗାଯୋଗର ଦୃଶ୍ୟପଟ୍ଟ ସୃଷ୍ଟି କରିବାରେ ସହାୟକ ହୋଇପାରିଛି । ଏୟାରଟେଲର ତଥ୍ୟ ବୈଜ୍ଞାନୀକ ମାନଙ୍କର ନିଜସ୍ୱ ବିକଶିତ ଜ୍ଞାନକୌଶଳ ଦ୍ୱାରା ଏହି ଏଆଇ କ୍ଷମତାଯୁକ୍ତ ସମାଧାନକାରୀତା ନିଜସ୍ୱ ସାଂଖିକକୁ ବ୍ୟବହାରପୂର୍ବକ “ସନ୍ଦେହକାରୀ ସ୍କାମ” ଭାବରେ କଲ ଗୁଡ଼ିକୁ ଚିହ୍ନଟ ତଥା ଏହାକୁ ଶ୍ରେଣୀଭୁକ୍ତ କରିପାରିଛି । ନିଜସ୍ୱ ଜ୍ଞାନକୌଶଳ ଦ୍ୱାରା କ୍ଷମତାପ୍ରାପ୍ତ ଏହି ଏଆଇ ସାଂଖିକ ପଦ୍ଧତି ଅନେକଗୁଡ଼ିଏ ପାରାମିଟରକୁ ବିଶ୍ଲେଷଣ କରିପାରିଛି ଯାହା ମଧ୍ୟରେ ରହିଛି, କଲର ବା ପ୍ରେରଣକାରୀଙ୍କ ବ୍ୟବହୃତ ପଦ୍ଧତି, କଲ/ଏସଏମଏସର ବ୍ୟାପକତା ଏବଂ କଲର ଅବଧି ଯାହାକି ବାସ୍ତବ ସମୟ ଉପରେ ଆଧାରିତ ଅଟେ । ଜଣାଶୁଣା ସ୍କାମ ପ୍ରଣାଳୀ ଉପରେ ଆସୁଥିବା ଏହି ସୂଚନା ଗୁଡ଼ିକୁ ବିଚାରକୁ ନିଆଯାଇ ଅନୁସୃତ ପଦ୍ଧତି, ଆସୁଥିବା ସଠିକ୍ ସ୍କାମ କଲ ଏବଂ ଏସଏମଏସ ଗୁଡ଼ିକୁ ଚିହ୍ନଟ କରିଥାଏ । ଏହି ଦୁଇସ୍ତରୀୟ ସୁରକ୍ଷା ସମାଧାନକାରୀତାର ଦୁଇଟି ଫିଲଟର ଥାଏ – ଗୋଟିଏ ନେଟୱାର୍କ ସ୍ତରରେ ଏବଂ ଅନ୍ୟଟି ଆଇଟି ପ୍ରଣାଳୀ ସ୍ତରରେ ଉପଯୋଗ ହୋଇଥାଏ । ଏହି ଦୁଇସ୍ତରୀୟ ପ୍ରଣାଳୀ ଏଆଇ ସିଲଡ଼ ଜରିଆରେ ପ୍ରତ୍ୟେକଟି କଲ ଏବଂ ଏସଏମଏସ ଗତି କରିଥାଏ । ମାତ୍ର ଦୁଇ ମିଲିୟନ ସେକେଣ୍ଡରେ ଏହି ସମାଧାନ ପ୍ରଣାଳୀ ୧.୫ ବିଲିୟନ ମେସେଜ ତଥା ୨.୫ ବିଲିୟନ କଲ ରେକର୍ଡ଼ର୍ କରିଥାଏ । ଏହା ଏଆଇ କ୍ଷମତାଯୁକ୍ତ ବ୍ୟବହାରପୂର୍ବକ ଏକ ଟ୍ରିଲିୟନ ରେକର୍ଡ଼ କରିବା ସହିତ ସମାନ ହୋଇଥାଏ ଯାହାକି ବାସ୍ତବ ସମୟ ଉପରେ ଆଧାରିତ । ଅତିରିକ୍ତ ଭାବରେ, ଏସଏମଏସ ମାଧ୍ୟମରେ ଏହି ସମାଧାନକାରୀତା ଗ୍ରାହକମାନଙ୍କ ପାଖକୁ ଆସୁଥିବା ସନ୍ଦେହଜନକ ଲିଙ୍କ ପାଇଁ ସେମାନଙ୍କୁ ସତର୍କ କରାଇଥାଏ । ସେଥିପାଇଁ, ଆକସ୍ମିକ ଭାବରେ ଏହି ସନ୍ଦେହଜନକ ଲିଙ୍କକୁ କ୍ଲିକ୍ କରିବାର ଭୁଲ ଠାରୁ ସତର୍କ ରହିବା ପାଇଁ ଏୟାରଟେଲ ଏହାର ନିଜସ୍ୱ ଜ୍ଞାନକୌଶଳ ପ୍ରୟୋଗ କରି ଏକ କେନ୍ଦ୍ରିୟ ଡ଼ାଟାବେସ୍ ବ୍ଲାକଲିଷ୍ଟେଡ଼ ୟୁଆରଏଲ ଏବଂ ପ୍ରତ୍ୟେକ ଏସଏମଏସ ଗୁଡ଼ିକୁ ପରୀକ୍ଷା କରିବାର ଏକ ପଦ୍ଧତି ପ୍ରସ୍ତୁତ କରିଅଛି । ଏହି ସମାଧାନକାରୀତା ମଧ୍ୟ ଅନେକଗୁଡ଼ିଏ ଅସଙ୍ଗତିକାରୀତାର ସନ୍ଧାନ ଯେପରିକି ବାରମ୍ବାର ଆସୁଥିବା ଆଇଏମଇଆଇ ପରିବର୍ତ୍ତନକାରୀତା – ଯେପରିକି ଏକ ପ୍ରକାରର ପ୍ରବଞ୍ଚନାକାରୀ ଆଚରଣକୁ ମଧ୍ୟ ପ୍ରତିହତ କରିଥାଏ । ଏହିପରି ସୂଚନାକାରୀ ପଦକ୍ଷେପ ଗୁଡ଼ିକୁ ସୂଚିତ କରିବା ସହିତ କମ୍ପାନୀ ବୃଦ୍ଧି ପାଉଥିବା ଏଭଳି ସ୍କାମ ଏବଂ ପ୍ରବଞ୍ଚନାକାରୀ ଧମକପୂର୍ଣ୍ଣ ଦୃଶ୍ୟପଟ୍ଟରେ ଗ୍ରାହକମାନଙ୍କୁ ଏସବୁଠାରୁ ଦୂରେଇ ରଖିବା ପାଇଁ ଅନେକ ଗୁଡ଼ିଏ ସୁରକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ସହିତ ଏହାକୁ ସର୍ବାଧିକ ସ୍ତରରୁ ଦୂରେଇ ଦେବାରେ ସମର୍ଥ ହୋଇପାରିଛି । ଭାରତରେ ରହିଥିବା ଏଆଇ କ୍ଷମତାକାରୀ ସ୍କାମମୁକ୍ତ ନେଟୱାର୍କ କିଭଳି କାର୍ଯ୍ୟ କରିଥାଏ ? ସମ୍ପାଦକଙ୍କୁ ଟିପ୍ପଣୀ ସେବା ପ୍ରଦାନକାରୀ ତଥା ଆଦାନପ୍ରଦାନକାରୀ କଲ ନିମନ୍ତେ ଭାରତ ସରକାରଙ୍କ ତରଫରୁ ୧୦ଅଙ୍କ ସଂଖ୍ୟା ବିଶିଷ୍ଟ ଏକ ନମ୍ବର ପ୍ରଦାନର ବ୍ୟବସ୍ଥା ସହିତ ଏହି ନମ୍ବର ପୂର୍ବରୁ ୧୬୦ର ଯୋଗକାରୀତା ମଧ୍ୟ ରହିଛି । ଏହି ୧୬୦ର ପୂର୍ବ ଅଙ୍କ ଥିବା ନମ୍ବରକୁ ଗ୍ରାହକମାନେ ଆଶା କରୁଥିବା କଲ ମଧ୍ୟରେ ବିଶେଷ ଭାବରେ ଯେଉଁସବୁ ପ୍ରତିଷ୍ଠାନ ବା ସଂସ୍ଥା ଗୁଡ଼ିକ ଅନ୍ତର୍ଭୁକ୍ତ ଥାଆନ୍ତି ସେଗୁଡ଼ିକ ହେଉଛି ନିଜସ୍ୱ ବ୍ୟାଙ୍କ, ମ୍ୟୁଚିଆଲ ଫଣ୍ଡ, ବୀମାକମ୍ପାନୀ, ଷ୍ଟକ୍ବ୍ରୋକର ତଥା ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନ, କର୍ପୋରେଟ କ୍ଷେତ୍ର, ଏଣ୍ଟରପ୍ରାଇଜେସ, ଏସଏମଇ ସମୂହ, ବୃହତ୍ ତଥା ସୂକ୍ଷ୍ମ ବ୍ୟବସାୟୀକ ଗୋଷ୍ଠୀ ଇତ୍ୟାଦି ଯେଉଁମାନେକି ସେବା କଲ ତଥା ଆଦାନ ପ୍ରଦାନ ପାଇଁ ଏଗୁଡ଼ିକୁ ବ୍ୟବହାର କରିଥାନ୍ତି । ଅତିରିକ୍ତ ଭାବରେ ଯେଉଁ ଗ୍ରାହକମାନେ ଡୁ-ନଟ-ଡ଼ିଷ୍ଟର୍ବ (ଡ଼ିଏନଡ଼ି) ଚୟନକୁ ଗ୍ରହଣ କରନ୍ତି ନାହିଁ କିମ୍ବା କୌଣସି ବ୍ୟବସାୟୀକ କଲ ପାଇଁ ସାମିଲ ହୋଇଥାନ୍ତି ସେମାନେ ଏହି ୧୦ଅଙ୍କ ସଂଖ୍ୟା ବିଶିଷ୍ଟ ନମ୍ବର ସହିତ ପୂର୍ବରୁ ୧୪୦କୁ ଯୋଗ କରିଥାନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ଜଳମଗ୍ନ ପଡାବାସୀଙ୍କ ଦୁଃଖ ଦୂର ପାଇଁ ବିଡିଓଙ୍କ ପଦକ୍ଷେପ, ପୋଲ ତଳେ ଡ଼୍ରେନ ନିର୍ମାଣର ପ୍ରତିଶ୍ରୁତି by Proprietor Abhimanyu Maharana July 4, 2026 ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ଜମି ବିବାଦ ମାମଲା : ବଲାଙ୍ଗୀର ଏସପି ଙ୍କ ଦ୍ୱାରସ୍ତ ହେଲେ ବାଗ ପରିବାର by Proprietor Abhimanyu Maharana July 3, 2026 TPCODL Gears Up for Rath Yatra 2026 with Robust Power Preparedness in Puri by Proprietor Abhimanyu Maharana July 3, 2026 TPWODL Strengthens Power Network to Ensure Reliable Electricity Supply During Monsoon by Proprietor Abhimanyu Maharana July 3, 2026 ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା ) ବୈଠକ by Proprietor Abhimanyu Maharana July 3, 2026 ସିପିଇଟିରେ ରାଜ୍ୟ ଟପ୍ପର ନୟାଗଡ଼ର ରିତ୍ୟୁଷା ମିଶ୍ର by Proprietor Abhimanyu Maharana July 3, 2026