Home ଓଡ଼ିଶା ପିପିଲି : କୁମାର ପୁର୍ଣିମା ରେ କଣ୍ଡେଇ ବିବାହାଘର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପିପିଲି :-> କୁମାର ପୂର୍ଣ୍ଣମୀ କୁମାରୀ ମାନଙ୍କ ର ବଡ଼ ପର୍ବ। କୁମାର ପୂର୍ଣ୍ଣମୀ ପାଇଁ ଗାଁ ଠାରୁ ସହର ସବୁ ଆଡେ ଚଳଚଞ୍ଚଳ। କୁମାରୀ କନ୍ୟା ମାନେ କେତେ ଆଶା ଓ ସ୍ଵପ୍ନ ନେଇ ଚାହିଁ ରହିଥାନ୍ତି ଏହି ଦିନ ଟିକୁ । ଆଶା ଜିବନରେ ଭଳ ଜିବନ ସାଥୀ ଟିଏ ପାଇବେ, ସେଥିପାଇଁ ଭୋରୁ ନିତ୍ୟକର୍ମ ସାରି ସୂର୍ଯ୍ୟଦେବତା ଙ୍କ ନିକଟରେ ଲିଆ ଆଞ୍ଜୁଳି ଟେକିବା ସହିତ ସଂଧ୍ୟା ସମୟରେ ଚନ୍ଦ୍ର ପୂଜା କରିବା ସହିତ ସଂଧ୍ୟ୍ୟାରେ ଅନୁଷ୍ଠିତ ହୋଇଥାଏ କୁମାରୀ ବିବାହ । ବିଶେଷ କରି ଲକ୍ଷ୍ମୀ ପୁରାଣ ଅନୁସାରେ କୁମାରୀ କୁମାରୀଙ୍କ ମଧ୍ୟରେ ବୈଦିକ ରିତିନୀତିନୁସାରେ ଲକ୍ଷ୍ମୀ ନାରାୟଣ ବିବାହ ତିଥୀ ନୁସାରେ ବିବାହ ସଂପନ୍ନ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ଦୁଇ ଦିନ କୁମାର ପୂର୍ଣ୍ଣମୀ ଥିବା ରୁ ବିଭିନ୍ନ ସ୍ଥାନରେ ଦୁଇ ଦିନ ପାଳନ କରୁଛନ୍ତି କୁମାରୀ ଝିଅ ମାନେ । ପିପିଲି ଭାରତୀ ପୁର ଗ୍ରାମ । କୁମାରୀ ପୂର୍ଣ୍ଣମୀ ଦିନ ଏହି ଗ୍ରାମ ରେ କଣ୍ଢେଇ ବିବାହ ର ପରମ୍ପରା ରହି ଆସିଛି । ବିବାହ ପାଇଁ ଯୌତୁକ ର ଆଵଶ୍ୟକତା ନାହିଁ, ବିନା ଯୌତୁକ ରେ ଧୁମ ଧାମ ରେ ହୋଇ ପାରେ ବିବାହ, ଏହି ସଚେତନତା ର ବାର୍ତ୍ତା ଦେଇ ଅନୁଷ୍ଠିତ ହୋଇ ଥାଏ କଣ୍ଡେଇ ବିବାହ । ବିଶେଷ କରି ବିଭିନ୍ନ ସ୍ଥାନ ଭଳି ଏଠାରେ କୁମାର ପୂର୍ଣ୍ଣମୀ ପାଳନ କରାଯାଉ ଥିଲେ ମଧ୍ୟ ଅନ୍ୟ ଠାରୁ ରହିଥାଏ ସମ୍ପୂର୍ଣ୍ଣ ନିଆରା । ଗ୍ରାମର କୁମାରୀ ମାନେ ପରମ୍ପରା ନୁସାରେ ପାଳନ କରିଥାନ୍ତି କୁମାର ପୂର୍ଣ୍ଣମୀ । ବିଶ୍ଵାସ କାର୍ତ୍ତିକଙ୍କ ଭଳି ସୁନ୍ଦର,ଗୁଣବାନ,ବଳବାନ ଜୀବନ ସାଥୀଟିଏ ପାଇ ପାରିବେ । ଏଥିପାଇଁ କୁମାର ପୂର୍ଣ୍ଣମୀ ଦିନ କୁମାରୀ ମାନେ ଭୋରୁ ଉଠି ନିଜର ନିତ୍ୟକର୍ମସାରି ନୂଆ ଲୁଗା ପରିଧାନ କରି ଏକାଠି ହୋଇଥାନ୍ତି ତୁଳସୀ ଚଉରା ମୂଳରେ । ଏଠାରେ ସୂର୍ଯ୍ୟ,କାତ୍ତିକଙ୍କ ଉଦ୍ଦେଶ୍ୟରେ ପୂଜା ଆରାଧନା କରି ସୁଖ,ସୈ।ଭାଗ୍ୟ ,ଧନ, କାମନା କରିଥାନ୍ତି ।ଆଞ୍ଜୁଳାରେ ସାତ ପ୍ରକାର ଫଳ ଧରି ସୂର୍ଯ୍ୟଙ୍କୁ ଅର୍ପଣ କରିଥାନ୍ତି। ଦିନ ତମାମ ନିର୍ଜଳ ଉପବାସ ରହିଥାନ୍ତି । ଦିନରେ କୁମାରୀ ମାନେ ବିଭିନ୍ନ ଖେଳକୁଦରେ ସମୟ ଅତିବାହିତ କରି ପୁଣି ସଂଧ୍ୟା ସମୟରେ ତୁଳସୀ ଚଉରା ନିକଟରେ ଏକାଠି ହୋଇ ପ୍ରସ୍ତୁତ କରିଥାନ୍ତି ଚାନ୍ଦ ଭୋଗ ପରେ ଏହି ଚାନ୍ଦ ଭୋଗକୁ ସେବନ କରିଥାନ୍ତି । ଆଶା ଜୀବନରେ ଭଲ ଜିବନ ସାଥୀ ଟିଏ ପାଇବେ । ଏହା ପରେ ସଂଧ୍ୟ୍ୟା ସମୟରେ ଗାଁରେ ପରମ୍ପରାନୁସାରେ ଅନୁଷ୍ଠିତ ହୋଇଥାଏ କୁମାରୀ ବିବାହ, ଲକ୍ଷ୍ମୀ ପୁରାଣନୁସାରେ ଯେଉଁ ଦିନ ଲକ୍ଷ୍ମୀ ନାରାୟଣଙ୍କ ବିବାହ ତିଥି ଥାଏ ଉକ୍ତ ଦିନ ଗ୍ରାମର ଦୁଇଜଣ କୁମାରୀ କନ୍ୟାଙ୍କ ମଧ୍ୟରେ ବୈଦିକ ରିତୀ ନିତୀନୁସାରେ ବିବାହ କାର୍ଯ୍ୟ ହୋଇଥାଏ । ଏଥିପାଇଁ ବରପକ୍ଷ ଶୋଭାଯାତ୍ରାରେ ଆଶି କନ୍ୟା ଘରେ ପହଁଚିବାପରେ ଆରମ୍ଭ ହୋଇଥାଏ ବିବାହ କାର୍ଯ୍ୟ । ବୈଦିକ ରୀତି ଭଳି ଦୁଇ ଜଣ ଝିଅ ଙ୍କ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଵନ୍ଦା ପନା ମଧ୍ୟ କରାଯାଇ ଥାଏ ନବ ବଧୁ ଙ୍କୁ । କୁମାରୀ ଝିଅ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇ ଥିବା ଭୋଜି ରେ ଆପାୟତ ହୋଇ ଥାନ୍ତି ସମସ୍ତେ । ଏହି ନିଆରା ଉତ୍ସବ ରେ ସାମିଲ ହେବା ପାଇଁ ବନ୍ଧୁ ଵର୍ଗ ଙ୍କୁ ନିମନ୍ତ୍ରଣ କରାଯାଇଥାଏ । ବିଶେଷ କରି ସମାଜର କଳୁଷିତ ଯୌତୁକ ପ୍ରଥା ବନ୍ଦ କରିବା ଏହି କଣ୍ଡେଇ ବିବାହ ଉତ୍ସବ ଗ୍ରାମର ଝିଅ ମାନେ ଏକାଠି ହୋଇ ଗତ ଦଶ ବର୍ଷଧରି କରି ଆସୁ ଥିଲା ବେଳେ ଯୌତୁକ ବିନା ବିବାହ ସମ୍ଭବ ମୁଖ୍ୟ ଉଦ୍ଦେଶ୍ୟ ରଖି ଏହି ପରମ୍ପରା କୁ ଉଜ୍ଜୀବିତ ରଖିଛନ୍ତି ଏହି ଭାରତୀ ପୁର ଗ୍ରାମ ର ଝିଅ ମାନେ I ଯୌତୁକ ବିରୋଧୀ ଏହି ପରମ୍ପରା ନୂଆ ସମାଜ ଗଠନ ରେ ସହାୟକ ହେବ ବୋଲି ଆଶା କରାଯାଉଛି l Categories: ଓଡ଼ିଶା, ପୁରୀ, ହୋମ୍ Related Content ଡାକ୍ତରଙ୍କ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ by Proprietor Abhimanyu Maharana August 9, 2026 ସମୀକ୍ଷାର ବାର୍ଷିକ ଉତ୍ସବରେ ବାଲିପାଟଣା ପ୍ରେସ କ୍ଲବ ସମ୍ମାନିତ by Proprietor Abhimanyu Maharana August 9, 2026 ଭିଜିଲାନ୍ସ ଜାଲରେ ଏଡିଇଓ by Proprietor Abhimanyu Maharana August 9, 2026 ବାଣପୁର ସବ୍-ରେଜିଷ୍ଟ୍ରାରଙ୍କ ବଦଳି କେବେ! କାର୍ଯ୍ୟକଳାପକୁ ନେଇ ବଢ଼ୁଛି ଜନଅସନ୍ତୋଷ, ଉଠୁଛି ବିଭିନ୍ନ ପ୍ରଶ୍ନ by Proprietor Abhimanyu Maharana August 9, 2026 ବିଶ୍ୱ ସ୍ତନ୍ୟପାନ ସପ୍ତାହ ୨୦୨୬ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana August 9, 2026 ନୂଆ ହୋଣ୍ଡା ଜେଡ୍ଆର୍-ଭିର ବଜାର ପ୍ରବେଶ by Proprietor Abhimanyu Maharana August 9, 2026