୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ରାଜବାଟୀ ସ୍ଥିତ ୟୁ.ଟେକ୍.କମ୍ପ୍ୟୁଟର ଏଡୁକେଶନ ସେଣ୍ଟର୍ ପରିସରରେ ପ୍ରଗତି ମହିଳା ସଙ୍ଗଠନ ଏବଂ ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଏକ ବର୍ଣlଢ଼୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ବିଚିତ୍ରାନନ୍ଦ ବେବର୍ତ୍ତl ଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇସାରିଛି । ସଭ୍ୟତା ଯେତେ ଦ୍ରୁତ ଗତିରେ ଗଲେ ମଧ୍ୟ ଆମ ମହାନ୍ ସଂସ୍କୃତି ଏବଂ ପରମ୍ପରା ,ରୀତି,ନୀତିକୁ ଆପଣେଇ ସୁସ୍ଥ ପରିବାର ଓ ସମାଜ ଗଠନ ଆମର ଲକ୍ଷ୍ୟ ବୋଲି ବକ୍ତା ମାନେ କହିଥିଲେ ।
