୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ଚଳିତ ବର୍ଷ ଗୋଟିଏ ଦିନରେ ଗଜଲକ୍ଷ୍ମୀ ପୂଜା ଓ କୁମାରୋତ୍ସବ ପଡୁଥିବାରୁ ପ୍ରତ୍ୟେକ ସହର ଗ୍ରାମ ପୁରପଲ୍ଲୀରେ ବହୁ ଧୁମଧାମରେ ଏହି ପୂଜା ଓ କୁମାରୋତ୍ସବ ପାଳନ କରାଯାଉଛି। ସେହିଭଳି ନିମାପଡ଼ା ବ୍ଲକ ଅଧିନସ୍ଥ ରେଞ୍ଚ ଗ୍ରାମରେ ବହୁ ଆଡ଼ମ୍ବରରେ ଗଜଲକ୍ଷ୍ମୀ ପୂଜା କରାଯାଉଥିବାବେଳେ ଗ୍ରାମର ତରୁଣୀ ମାନେ ଛୋଟ ଛୋଟ କୁମାରୀ ମାନେ ବହୁ ଉତ୍ସାହ ଆନନ୍ଦରେ କୁମାର ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି ।
