◆ ବାଣିଗୋଛା ପଶ୍ଚିମ ବନ୍ୟପ୍ରାଣୀ ବନାଂଚଳରେ ପେଟ୍ରୋଲିଂ କଡାକଡି
୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଆକ୍ସନ ମୋଡ୍ ରେ ବନାଂଚଳ ଅଧିକାରୀ ସ୍ନିଗ୍ଧା ସରିତା ବଳିଆର ସିଂହ । ଆଦିବାସୀ ଅଧ୍ୟୁଷିତ , ବଣ ପାହାଡ ଘେରା ଦଶପଲ୍ଲା ବ୍ଲକ୍ ମଧ୍ୟରେ ରହିଛି ଦୁଇ ଦୁଇଟି ବନଖଣ୍ଡ । ଗୋଟିଏ ପାଖରେ ନୟାଗଡ଼ ବନଖଣ୍ଡ ( ଟେରୀଟୋରିଆଲ୍ ) ରହିଥିବାବେଳେ ଜିଲ୍ଲାର ଉତ୍ତର ପଶ୍ଚିମ ଦିଗରେ , ମହାନଦୀ ଅବବାହିକା ଅଂଚଳରେ ରହିଛି , ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ । ବର୍ତ୍ତମାନ ଫସଲ ପାଚିବା ସମୟ ହୋଇଯାଇଥିବାରୁ , ଜଂଗଲ ମଧ୍ୟରୂ ବନ୍ୟଜନ୍ତୁ ମାନେ ଫସଲ ଖାଇବାପାଇଁ, କ୍ଷେତ କୁ ଆସିଥାନ୍ତି । ଏହାର ସୁଯୋଗ ନେଇ ,ଶିକାରୀ ମାନେ, ବମ୍ , ବନ୍ଧୁକ, ବିଷ,ଓ ଉଚ୍ଚ ଶକ୍ତି ସଂପର୍ଣ୍ଣ ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର କରିଥାନ୍ତି ।
