Home ଓଡ଼ିଶା ଜନନାୟକ ନବୀନ ପଟ୍ଟନାୟକ ଜନ୍ମଦିବସ ପାଳିତ : ବିଜେଡି କାର୍ଯ୍ୟାଳୟରେ ରକ୍ତଦାନ ଶିବିର – ୧୦୭ ୟୁନିଟ ସଂଗ୍ରହ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ନବୀନ ପଟ୍ଟନାୟକ ୭୯ ବର୍ଷରେ ପାଦ ଥାପିଛନ୍ତି । ତାଙ୍କ ଜନ୍ମଦିନରେ ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିଛି । ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟଳୟ ପରିସରରେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଜୀବନ ବିନ୍ଦୁ ମାଧ୍ୟମରେ ଆୟୋଜିତ ରକ୍ତଦାନ ଶିବିରରେ ୧୦୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଯୁବ, ଛାତ୍ର, ମହିଳାଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ରକ୍ତଦାନ କରିଛନ୍ତି । ଆଜିର ଏହି କାର୍ୟ୍ୟକ୍ରମରେ ବିଜେଡି ପ୍ରବକ୍ତା ଇରାନୀ ରାୟ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜୀବନ ବିନ୍ଦୁର ଜିଲ୍ଲା ସଂଯୋଜକ ଗୁରୁପ୍ରସାଦ ଜେନା, ଯୁବ ବିଜେଡି ସଭାପତି ଦୁର୍ୟ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ତତ୍ସହିତ ସମସ୍ତ ପଞ୍ଚାୟତର ଜନପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଯନ୍ତ୍ରୀ ନିଷ୍କ୍ରିୟ,ଠିକାଦାର ବେଫିକର୍ : କେନାଲ ସଫାକୁ ୨ ମାସ ପୁରିଲା - ରାସ୍ତାକଡରୁ ହଟୁନି କୁଢ଼ କୁଢ଼ ଅଳିଆ by Proprietor Abhimanyu Maharana August 26, 2026 ଉତ୍କଳ ସଂସ୍କୃତି ବିସ୍ୱବିଦ୍ୟାଳୟରେ ପି. ଏଚ. ଡି. ଏଣ୍ଟରାନ୍ସରେ ମହାଦୁର୍ନୀତି by Proprietor Abhimanyu Maharana August 26, 2026 ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଘରୋଇକରଣ ପ୍ରସଙ୍ଗ ରାଜ୍ୟର ସମ୍ପଦ ଲୁଟ ହେଉଥିବା ବେଳେ ପାଟି ଖୋଲୁନି ରାଜ୍ୟ ସରକାର : ବିଜେଡି by Proprietor Abhimanyu Maharana August 26, 2026 Delhi hosts Workshop on Financial Freedom by Proprietor Abhimanyu Maharana August 26, 2026 ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ by Proprietor Abhimanyu Maharana August 26, 2026 ପୁଲିସ୍ର କପୋଳକଳ୍ପିତ ତଥ୍ୟ ଯୋଗୁଁ ପ୍ରକୃତ ମୃତକଙ୍କୁ ନ୍ୟାୟ ଦେବ କିଏ ? by Proprietor Abhimanyu Maharana August 26, 2026