୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ସରକାରଙ୍କ ପ୍ରତିଶ୍ରୁତି କଣ ପାଣିର ଗାର ! ନଭେମ୍ବର 5 ତାରିଖ ସୁଦ୍ଧା ରାସ୍ତା କାମ ସରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିବା ସ୍ଥଳେ ପିପିଲି ଠାରୁ କୋଣାର୍କ ରାଜ୍ୟ ରାଜପଥ ସଡ଼କ ନିର୍ମାଣରେ ତାହା କାର୍ଯ୍ୟକାରୀ ହେବା ଭଳି ଜଣା ପଡୁ ନାହିଁ।ରାଜପଥଟି ଅନେକ ବର୍ଷ ହେଵ ମରାମତି ହୋଇନଥିବାରୁ ବର୍ତମାନ ରାସ୍ତାରେ ଖଲ ଖମ୍ମl ରେ ଭର୍ତ୍ତି ହେତୁ ଦୈନିକ ଛୋଟ ବଡ଼ ଯାନବାହାନର ଦୃଘଟଣା ଘଟୁଛି l ସେଥିପାଇଁ ଗତ ମାସ ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନା ଚରଣ ମାଝି ଗଣମାଧ୍ୟମ ସମ୍ମୁଖରେ ସ୍ପଷ୍ଟ କରିଥିଲେ କୀ ପୂଜା ପର୍ବାଣର ଆଗମନ ପୂର୍ବରୁ ରାସ୍ତା କାର୍ଯ୍ୟ ସମ୍ପର୍ଣ୍ଣ ହେଵ l
