ହିନ୍ଦୁ ଧର୍ମକୁ ଫେରିଲେ ୩ ପରିବାର

୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦୁଝର/ନରଣପୁର :-> ଓଡିଶା ମା’ଭାରତୀ ଗ୍ରୁପ ଏବଂ ବିଶ୍ୱ ହିନ୍ଦୁ ପରିଷଦର ପରିଚାଳନାରେ କେନ୍ଦୁଝର ସହର ଉପକଣ୍ଠ ସିଦ୍ଧମଠ ଠାରେ ୩ ଟି ପରିବାର ଆଜି ହିନ୍ଦୁ ଧର୍ମକୁ ଫେରିଛନ୍ତି। ପ୍ରଲୋଭିତ ହୋଇ ଭିନ୍ନ ଧର୍ମକୁ ଯାଇ ପ୍ରତାରିତା ହେବା ପରେ ପୁଣି ନିଜ ଧର୍ମକୁ ଫେରିଥିବା ଚର୍ଚ୍ଚାର ବିଷୟ ହୋଇଛି। ସୁଦରଗଡ଼ ଜିଲ୍ଲା କୋଇଡା ବ୍ଳକ ଶଗଡଭଙ୍ଗା ଗ୍ରାମର ଏହି ୩ ପରିବାରଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦିଆଯାଇ ଖୁଷ୍ଟିୟାନ ଧର୍ମ ଗ୍ରହଣ କରାଯାଇଥିଲା।

ମା’ଭାରତୀ ଗ୍ରୁପ୍‌ର ସଦସ୍ୟ/ସଦସ୍ୟାମାନଙ୍କ ସର୍ମ କରେ ଆସି ପୁଣି ହିନ୍ଦୁ ଧର୍ମକୁ ଫେରି ଆସିବାକୁ ଅନୁରୋଧ କରିଥିଲେ। ଖ୍ରୀଷ୍ଟିୟାନ ଧର୍ମକୁ ଯାଇଥିବାରୁ ସେମାନେ ଅନୁତପ୍ତ ହେବା ସହ ପୁଣି ହିନ୍ଦୁ ଧର୍ମକୁ ଆସିବାକୁ ରାଜି ହୋଇଥିଲେ। ପବିତ୍ର ବିଜୟା ଦଶମୀ ଅବସରରେ ସିଦ୍ଧମଠ ପରିସରରେ ବିଶ୍ୱ ହିନ୍ଦୁ ପରିଷଦର ସଦସ୍ୟଙ୍କ ସକ୍ରିୟ ସହଯୋଗରେ ୩ ଟି ପରିବାରର ୨୦ ଜଣ ସଦସ୍ୟ ପୁଣି ହିନ୍ଦୁ ଧର୍ମକୁ ଫେରିଛନ୍ତି ।

ପ୍ରଥମେ ପୁରୁଷମାନେ ଲଣ୍ଡା ହେବା ପରେ ହିନ୍ଦୁ ରୀତି ନୀତି ଅନୁଯାୟୀ ପୂଜା ପାଠ କରାଯାଇଥିଲା। ଶେଷରେ ସମସ୍ତ ଲୋକ ପ୍ରସାଦ ସେବନ କରିଥିଲେ । ଏହି ଅବସରରେ ୩ ଟି ପରିବାରର ସଦସ୍ୟଙ୍କୁ ଗୀତା ପୁସ୍ତକ ପ୍ରଦାନ କରାଯାଇଥିଲା । ଓଡ଼ିଶା ମା’ଭାରତୀ ଗ୍ରୁପର ବରିଷ୍ଠ ସଦସ୍ୟ ସୁଦିପ୍ତ ପଟ୍ଟନାୟକ,

ଦୁର୍ଗା ମାଧବ ପରିଡା, ଦେବ ସେନାର ଲୋକନାଥ ଗିରି, ପ୍ରିତୀ ରଞ୍ଜନ ବେହେରା, ବିଶ୍ୱ ହିନ୍ଦୁ ପରିଷଦର ଘନଶ୍ୟାମ ମହାନ୍ତ, କେଦାରନାଥ ଦାସ, ଗିରିଜା ଶଙ୍କର ମିଶ୍ର, କାରୀକ ମହାଜ, ରଞ୍ଜନ କୁମାର ସାହୁ, ସୁବ୍ରତ କୁମାର ମହାନ୍ତି, ଦୁର୍ଯ୍ୟୋଧନ ମହାନ୍ତ, ତୁଷାର ସାମନ୍ତ, ନିତ୍ୟାନନ୍ଦ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

Exit mobile version