୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ଫୁଲେଇ କାଶତଣ୍ଡି ସ୍ବାଗତ କରୁଛି ପାର୍ବଣ କୁ । ଦୁର୍ଗେ ଦୁର୍ଗତିନାଶିନୀ, ଅଭୟ ବରଦାୟିନୀ , ମହିଷାସୁର ମର୍ଦିନୀ ମା ଦଶଭୂଜା ଦୁର୍ଗାକଂ ଆବାହନ ଓ ପୂଜନ ପରେ ଏବେ ଦଶପଲ୍ଲା ର ମେଡିକାଲ ଛକ ( ଲକ୍ଷ୍ମୀ ବଜାର ) ପୂଜା ମଣ୍ଡପରେ ମହା ସମାରୋହରେ ପୂଜା ପାଉଛନ୍ତି ଧନଦାତ୍ରୀ ମା ଗଜଲକ୍ଷ୍ମୀ । ୧୯୬୨ ମସିହାରୁ ପ୍ରତିଷ୍ଠିତ ଏହି ପୂଜା ମଣ୍ଡପରେ ସ୍ବତ୍ରୀୟ କର୍ମକାଣ୍ଡି ପଣ୍ଡିତ ବ୍ରାହ୍ମଣ ମାନକଂ ଦ୍ବାରା ନ୍ୟାସ,ପ୍ରାଣ ପ୍ରତିଷ୍ଠା ଓ ଚକ୍ଷୁଦାନ ପରେ ଧନଦାତ୍ରୀ ମା ଗଜଲକ୍ଷ୍ମୀ କୁଂ ଷୋଡ଼ଶ ଉପଚାରରେ ପୂଜନ କରାଯାଇଥାଏ ।

