Home ଓଡ଼ିଶା ରାଜ ସୁନାଖଳାରେ ସ୍ଵେଛାକୃତ ରକ୍ତଦାନ ଶିବିର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଜୀବନ ବିନ୍ଦୁ ଅଭିଯାନ, କରିବା ରକ୍ତ ଦାନ, ବଞ୍ଚାଇବା ଜୀବନ ୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ /ରଣପୁର :-> ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ସୀମାନ୍ତ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସ ଉପଲକ୍ଷେ ରଣପୁର ବ୍ଲକ ବିଜେଡି ଦଳ ତରଫରୁ ବୁଧବାର ଦିନ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ! ଏହି ସ୍ବେଛାକୃତ ରକ୍ତଦାନ କାର୍ଯ୍ୟକ୍ରମରେ ରଣପୁରର ପୂର୍ବତନ ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଇଂ ଦେବାଶିଷ ପଟ୍ଟନାୟକ ବିଜେଡି ବ୍ଲକ ସଭାପତି ଶଚିକାନ୍ତ ଷଡ଼ଙ୍ଗୀ,ରଣପୁର ଏନ ଏସି ଅଧକ୍ଷା ରଙ୍ଗୀନ ମହାନ୍ତି, l ରଣପୁର ବ୍ଲକ ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ନର୍ମଦା ରାୟ, ସ୍ୱରାଜ୍ୟ ମହାନ୍ତି, ତ୍ରିନାଥ ବିଶ୍ୱାଳ,,ଓ ନରେନ୍ଦ୍ର ପୁର ସରପଞ୍ଚ ତ୍ରିନାଥ ରାଉତ, ସମାଜସେବୀ ତଥା ନୟାଗଡ଼ ଜିଲ୍ଲା ବିଜେଡି ଯୁବ ଉପସଭାପତି ପ୍ରଫୁଲ୍ଲ ନାୟକ, ବ୍ଲକ ବିଜେଡି ଯୁବ ଉପସଭାପତି ଅକ୍ଷୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଶଭଉଘାଟନ କରିଥିଲେ ! ରାଜ୍ୟରେ ରକ୍ତର ଅଭାବ ଦୂର କରିବା ପାଇଁ ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ଯୁବକ, ସାମ୍ବାଦିକ,କୃଷକ,ସମାଜସେବୀ,ବିଜେଡି କର୍ମୀ, କର୍ମକର୍ତ୍ତା ଓ ବିଜୁ ପ୍ରେମୀମାନେ ଯୋଗଦେଇ ସ୍ବେଛାକୃତ ଭାବେ ରକ୍ତଦାନ କରିଥିଲେ l କାର୍ଯ୍ୟକ୍ରମକୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ରଣପୁର ବ୍ଲକର ବିଜେଡି କର୍ମକର୍ତ୍ତା, ରାଜସୁନାଖଳାସ୍ଥିତ ଆଦର୍ଶ ପାଠାଗାରର ଯୁକମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ଏହି ମେଗା ରକ୍ତଦାନ ଶିବିରରେ ନୟାଗଡ଼ ଜିଲ୍ଲା ଡାକ୍ତରଖାନାର ଡା, ସତ୍ୟରଞ୍ଜନ ପ୍ରଧାନ, ଫାର୍ମାସିଷ୍ଟ ପବିତ୍ର ମୋହନ ସାହୁ, ଅଭୟ ଶlସମଲ, ସ୍ଵର୍ଣ୍ଣଲତା ସାହୁ ମାନସ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !ଏହି ରକ୍ତଦାନ ଶିବିରରେ ପ୍ରାୟ ୭୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଆନ୍ତର୍ଜାତିକ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୬ ପାଳିତ by Proprietor Abhimanyu Maharana October 2, 2026 ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳିତ by Proprietor Abhimanyu Maharana October 2, 2026 ମହାନଦୀ ଜଳ ବିବାଦ ସମାଧାନ ପାଇଁ ଦିଲ୍ଲୀରେ ବୈଠକ ପ୍ରସଙ୍ଗ by Proprietor Abhimanyu Maharana October 2, 2026 ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 2, 2026 କବି ଗୋଦାବରୀଶ ମହାପାତ୍ର ଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 2, 2026 ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ by Proprietor Abhimanyu Maharana October 2, 2026