୧୬ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା/ଜଟଣୀ/ଭୁବନେଶ୍ୱର :-> ପିପିଲି ନିକଟସ୍ଥ ଅଲାରପୁରର ହର ଦୂର୍ଗା କ୍ଲବ୍ ପକ୍ଷରୁ ଆୟୋଜିତ କୁମାର ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ।ଡେଲାଙ୍ଗ ପିପିଲି ଅଞ୍ଚଳର ଐତିହ୍ୟ ଅନନ୍ୟ, ଏହା ବିଶ୍ଵ ପ୍ରସିଦ୍ଧ ଚାନ୍ଦୁଆର ଉତ୍ପତ୍ତି ସ୍ଥଳ, ଏହି ଅଞ୍ଚଳର ବିକାଶ ପ୍ରତି ଆମେ ସଂକଳ୍ପବଦ୍ଧ । ପିପିଲି ଟୋଲ୍ ପ୍ଲାଜା ନିକଟରେ ପରିବେଶ ପର୍ଯ୍ୟଟନ କ୍ଷେତ୍ର ବିକଶିତ କରାଯିବ, ପିପିଲି ଚାନ୍ଦୁଆ ପ୍ରକଳ୍ପ ଓ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଅର୍ଥ ର ଅଭାବ ରହିବ ନାହିଁ – ଉତ୍ତରାୟିଣୀ ଶୀତଳ ଭଣ୍ଡାର କୁ ବୃହତ ଶୀତଳ ଭଣ୍ଡାର ରେ ପରିଣତ କରାଯିବ -ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପ୍ରତିଷ୍ଠିତ କରିବା ସମସ୍ତେ ମିଳିମିଶି ପ୍ରଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ।
