୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :-> ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ କାର ଅଟକାଇ ଥିଲା । ହେଲେ ସେହି କାରର ସିକ୍ରେଟ୍ ଚ୍ୟାମ୍ୱରରୁ ମିଳିଲା କ୍ୱିଣ୍ଟାଲ୍ରୁ ଅଧିକ ରୁପା ଅଳଙ୍କାର । ଏପରି ଚିତ୍ର ସମ୍ବଲପୁରଝାରସୁଗୁଡା ବିଜୁ ଏକ୍ସପ୍ରେସ୍ ୱେ’ରେ ଦେଖିବାକୁ ମିଳିଛି । ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାରଖଣ୍ଡକୁ ଯାଉଥିବା ଜଣାପଡ଼ିଛି । ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ସମ୍ବଲପୁରଝାରସୁଗୁଡା ବିଜୁ ଏକ୍ସପ୍ରେସ୍ ୱେ’ର ମାଝିପାଲି ଟୋଲ୍ ଗେଟ୍ ନିକଟରେ ଗାଡି ଯାଞ୍ଚ କରୁଥିଲେ । ସେହି ସମୟରେ ମହାରାଷ୍ଟ୍ର ନମ୍ୱର ପ୍ଲେଟ୍ ଥିବା ଏକ କା?ର୍କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ କାର ସିଟ୍ରେ ସିକ୍ରେଟ୍ ଚ୍ୟାମ୍ୱର ହୋଇଥିବା ଦେଖିବାକୁ ମିଳିଥିଲା ।
