ବେଳ ଥାଉଁ ବନ୍ଧ ବାନ୍ଧ ରେ ବାନ୍ଧବ
ବ୍ୟବହାର ପୂର୍ବରୁ ୭ କୋଟି ୮୪ ଲକ୍ଷ ଟଙ୍କା ବରବାଦ୍ ହେବାକୁ ବସିଥିବା ଦେଖିବାକୁ ମିଳିଛି ।
ବର୍ଷାଦିନ ଆସିଲେ ଗ୍ରାମବାସୀ ପ୍ରାୟ ୪ ମାସ ଅଜ୍ଞାତ ବନବାସ ଭଳି ଜଙ୍ଗଲରେ ଜୀବନ ବିତାଇଥାନ୍ତି ।
୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ଼ ଜିଲ୍ଲାର ସର୍ବବୃହତ୍ ବୃତ୍ତଙ୍ଗ ଜଳେସଚନ ପ୍ରକଳ୍ପକୁ ମିଳିସାରିଛି ଦ୍ବିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ । ପ୍ରାଥମିକ ପର୍ଯ୍ୟାୟରେ , ଦଶପଲ୍ଲାରେ ଏହାର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଖୋଲାଯିବା ସହ ପ୍ରକଳ୍ପ କାର୍ଯ୍ୟ ପର୍ଯ୍ୟାୟ କ୍ରମେ ଆଗକୁ ବଢ଼ୁଛି । ଏଭଳି ସ୍ଥିତିରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବୃତ୍ତଙ୍ଗ ବୁଡ଼ି ଅଞ୍ଚଳରେ ନିର୍ମାଣ ହୋଇଥିବା ସୁଉଚ୍ଚ ସେତୁ ନିର୍ମାଣକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସେତୁ ନିର୍ମାଣ ପୂର୍ବରୁ କିଏ ଏହାର ଅନୁମତି ଦେଲା ଓ କିଭଳି ସେତୁ ନିର୍ମାଣହେଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ, ବ୍ୟବହାର ପୂର୍ବରୁ ୭ କୋଟି ୮୪ ଲକ୍ଷ ଟଙ୍କା ବରବାଦ୍ ହେବାକୁ ବସିଥିବା ଦେଖିବାକୁ ମିଳିଛି ।
