Home ଓଡ଼ିଶା କଟକ ସଦର ଥାନା ଅଞ୍ଚଳରେ ଦଶହରା ମେଢ଼ ଭଷାଣୀ ଶେଷ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କମିଶନରେଟ ପୋଲିସ ଅଧିନସ୍ଥ କଟକ ସଦର ଥାନା ଅଞ୍ଚଳରେ ଶାରଦୀୟ ଦୂର୍ଗାପୂଜା ଦୀର୍ଘ ୬ ଦିନ ଧରି ଚାଲିବା ପରେ ମଙ୍ଗଳବାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଫୁଲନଖରା ଛକ ନୂଆ କାଚରୀ ,ବମ୍ଫକୁଦ , ନୂଆପାଟଣା, ରାମନଗର , ଅଢ଼ଙ୍ଗଡିହ , ତେଲଙ୍ଗାପେଣ୍ଠ ବ୍ୟବସାୟୀ ସଂଘ , କୁମ୍ଭରାଜପୁର, ନୂଆଗଡ଼ , ପ୍ରତାପନଗରୀ , ଭାଣପୁର , ଡାହାଳିଆବାଗ, ପାଇକସାହି, ରାଉତସାହି , ଦେହୁରୀ ସାହି, ବାଲିକୁଦା , ଗୋପାଳପୁର ଆଦି ସ୍ଥାନରେ ହୋଇଥିବା ହରପାର୍ବତୀ ଏବଂ ଦୂର୍ଗା ମେଢ଼ର ଭଷାଣୀ ଉତ୍ସବ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ବିଭିନ୍ନ ସ୍ଥାନରେ ହୋଇଥିବା ମେଢ଼ ଗୁଡ଼ିକୁ ମଣ୍ଡପରୁ ବାହାର କରାଯାଇଥିଲା । ଅପରାହ୍ନ ୪ଟାରୁ ପାରମ୍ପରିକ ବାଦ୍ୟର ତାଳେ ତାଳେ ଭଷାଣୀ ଶୋଭାଯାତ୍ରାରେ ବାହାରି ମେଢ଼ ଗୁଡିକ ସାହି ପରିକ୍ରମା କରିସାରିବା ପରେ ଭଷାଣୀ ପାଇଁ ପଛକୁ ପଛ ଧାଡ଼ିରେ ଜାତୀୟ ରାଜପରେ ଭଷାଣୀ ସ୍ଥଳକୁ ଯାଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଟକ ଦର ଥାନା ପକ୍ଷରୁ ପ୍ରତ୍ୟେକ ମେଢ଼ରେ ପୋଲିସ ଫୋର୍ସ ସହିତ ଅଫିସରଙ୍କୁ ମୁତୟନ କରାଯାଇଥିଲା । କଟକ ଯୋନ-୪ ଏସିପି ଉମାକାନ୍ତ ପ୍ରଧାନ, ସଦର ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ଉପସ୍ଥିତ ରହି ଭଷାଣୀ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏହି ଭଷାଣୀ ଶୋଭାଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା । ସମସ୍ତ ମେଢ଼ର ଭଷାଣୀ କାର୍ଯ୍ୟ ରାତି ଦଶଟାରେ ଶେଷ ହୋଇଥିଲା । Categories: ଓଡ଼ିଶା, କଟକ, ହୋମ୍ Related Content ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026 ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ by Proprietor Abhimanyu Maharana June 21, 2026 ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ by Proprietor Abhimanyu Maharana June 21, 2026 ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026