Home ଓଡ଼ିଶା ସାନ୍ଦୁଲ ନଦୀରେ ବୁଡ଼ି ଦୁଇ ବାଳିକାଙ୍କ ମୃତ୍ୟୁ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବିଲାଟ୍ ଗାଁରେ। ଆଜି ଦିନ ୧୦ଟା ସମୟରେ ବିଲାଟ ଗାଁର ଚାରି ଜଣ ବାଳିକା ନିକଟସ୍ଥ ସାନ୍ଦୂଲ୍ ନଦୀକୁ ଗାଧୋଇ ବାକୁ ଯାଇ ଥିଲେ।ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗାଧୋଉ ଥିବା ବେଳେ ଗଭୀର ପାଣିକୁ ଚାଲି ଯାଇଥିଲେ ଓ ସେଠାରୁ ଆଉ ବାହାରକୁ ଆସି ନ ପାରି ପାଣିରେ ବୁଡି ଯାଇ ଥିଲେ। ଅନ୍ୟ ଦୁଇ ଜଣ ସାଙ୍ଗ କିଛି ସମୟ ଅପେକ୍ଷା କଲା ପରେ ଗ୍ରାମବାସୀଙ୍କୁ ଚିତ୍କାର କରି ଡାକି ଥିଲେ।ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ଅଧ ଘଣ୍ଟା ଧରି ପାଣିରେ ଖୋଜା ଖୋଜି କଲା ପରେ ଦୁଇ ଜଣଙ୍କୁ ବାହାର କରିଥିଲେ। ସୂଚନା ପାଇ ନର୍ଲା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଦୁଇ ଜଣଙ୍କୁ ପୋଲିସ୍ ଗାଡ଼ିରେ ହିଁ ନର୍ଲା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ। ଡାକ୍ଟର ପରୀକ୍ଷା ନିରୀକ୍ଷା କଲା ପରେ ଦୁଇ ଜଣ ଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ମୃତ ଦୁଇ ଜଣଙ୍କ ମଧ୍ୟରୁ ଜଣକ ନାମ ନୈନା ଦୁର୍ଗା ବୟସ ୧୯ ବର୍ଷ ଓ ଅନ୍ୟ ଜଣେ ରିଙ୍କି ହରିଜନ ବୟସ ୧୬ ବର୍ଷ ହେବ। ପରିବାରର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନ ଥିବାରୁ ତାଙ୍କ ମାଁ ବାପା ଦାଦନ ଖଟିବାକୁ ଯାଇଥିବା ଜଣାପଡ଼ିଛି। ସେମାନେ ନିଜ ଜେଜେ ବାପା ଓ ଜେଜେ ମାଙ୍କ ସହିତ ରହୁ ଥିଲେ।ନର୍ଲା ପୋଲିସ୍ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ମ. ରାମପୁରକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି। ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026 କଲରାପତରିଆ ବାଘ ଛାଲ ବିକ୍ରି ଯୋଜନା ପଣ୍ଡ : ଜଣେ ଗିରଫ - ୨ଟି କଲରାପତରିଆ ଛାଲ ଜବତ by Proprietor Abhimanyu Maharana September 18, 2026 ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ by Proprietor Abhimanyu Maharana September 18, 2026 ଯାତ୍ରୀବାହୀ ବେଲୁନ ବସ୍ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ by Proprietor Abhimanyu Maharana September 18, 2026