୧୫ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> CITU ନେତୃତ୍ଵରେ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ରଣପୁର ବ୍ଳକ କମିଟି ତରଫରୁ ୧୪ ଦଫା ଦାବୀରେ ବ୍ଳକ ଶିକ୍ଷା ଅଧିକାରୀଙ୍କ ଅଫିସି ଘେରାଉ କରାଯାଇ ଥିଲା । ଦିନ ୧୨ ଘଟିକା ସମୟରେ ପଞ୍ଚୁଦୋଳ ପଡିଆ ସହିଦ୍ ରଘୁ-ଦିବାକର ମଣ୍ଡପ ଠାରୁ ପାଚିକା ମାନଙ୍କର ଏକ ଶୋଭାଯାତ୍ରା ବାହାରି ରଣପୁର ବଜାର ପରିକ୍ରମା କରି ରଣପୁର ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଚିକା ଙ୍କ ଗଣ ବିକ୍ଷୋଭ ସଂଗଠିତ ହୋଇଥିଲା । ବ୍ଳକ ସଭାପତି ଭିକାରୀ ଚରଣ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ବକ୍ତା ମାନେ କେନ୍ଦ୍ର ଓ ରାଜ୍ଯ ସରକାର ଙ୍କ ଶ୍ରମିକ ମାରଣା ନିତୀ କୁ ତୀବ୍ର ସମାଲୋଚନା କରିଥିଲେ।

