୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସିଡିଏସ୍ଏଲ୍ ଇନଭେଷ୍ଟର ପ୍ରୋଟେକ୍ସନ ଫଣ୍ଡ (ସିଡିଏସ୍ଏଲ ଆଇପିଏଫ୍) ପକ୍ଷରୁ ଇଂଟରନ୍ୟାସନାଲ୍ ଅର୍ଗାନାଇଜେସନ୍ ଅଫ୍ ସିକ୍ୟୁରିଟିଜ୍ କମିସନ (ଆଇଓଏସ୍ସିଓ) ଓ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସହଯୋଗିତାରେ ବିଶିଷ୍ଟ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ମିଶି ବିଶ୍ୱ ନିବେଶକ ସପ୍ତାହ ୨୦୨୪ ପାଳନ କରାଯାଇଛି । ଶ୍ରୀ ପଟ୍ଟନାୟକ ସିଡିଏସ୍ଏଲ୍ର “ସ୍ଲାମ୍ ଦି ସ୍କାମ୍’ ଅଭିଯାନକୁ ନେଇ ଏକ ବାଲୁକା କଳା ପ୍ରସ୍ତୁତ କରିଛନ୍ତି ଯାହା ଚଳିତ ବର୍ଷର ବିଷୟବସ୍ତୁ “ଠକେଇ ଓ ଠକେଇ ପ୍ରତିରୋଧ” ଅନୁସାରେ ପ୍ରସ୍ତୁତ କରାଯାଇଛି ।
