୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ସ୍ଵତନ୍ତ୍ର ବିସିଜି ଟୀକାକରଣ କାର୍ଯ୍ୟକ୍ରମକୁ ନୟାଗଡ ବ୍ଲକ ବଡପଣ୍ଡୁସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଭରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଜ୍ଞାନଜ୍ୟୋତି ଦାସ ଙ୍କ ଦ୍ଵାରା ଆରମ୍ଭ କରାଯାଇଅଛି । ଯକ୍ଷ୍ମାରୋଗର ପ୍ରାଦୁର୍ଭାବକୁ କମ କରିବା ଓ ଏଥି ଜନିତ ଅକାଳ ମୃତ୍ୟୁକୁ ରୋକିବା ପାଇଁ ଏହି ଟୀକା ପ୍ରଭାବଶାଳୀ ଭୂମିକା ଗ୍ରହଣ କରିବ ବୋଲି ମତପୋଷଣ କରାଯାଇଥିଲା । ଏହି ଟୀକା ନେଇଥିବା ଅଙ୍ଗରେ ସାମାନ୍ୟ ଦରଜ, ଫୁଲା ଓ ନାଲି ପଡିବା ଭଳି କିଛି ଅତି ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ବ୍ୟସ୍ତ ହେବାର ନାହିଁ ବୋଲି ଜନସାଧାରଣଙ୍କୁ ବୁଝାଇବାକୁ ପରାମର୍ଶ ଦିଆଯାଇଥିଲା ।

