ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ଦ୍ୱିତୀୟ ଶ୍ରାଦ୍ଧ ଉତ୍ସବ ପାଳିତ 

୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ବାଙ୍କୀର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଲକ୍ଷ୍ମୀଧର ବେହେରାଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ଉତ୍ସବ ପ୍ରେସ୍ କ୍ଲବ ବିଦ୍ୟାରତ୍ନ ଭବନ ଠାରେ ପାଳିତ ହୋଇଯାଇଛି । ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ମହୋତ୍ସବ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ, ଉପନଗରପାଳ ସନ୍ତୋଷ କୁମାର ରଣା,ପ୍ରେସକ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର, ଯୁଗଳକିଶୋର ଭୂତ ,ସାମ୍ବାଦିକ ଜ୍ଞାନେନ୍ଦ୍ର ମୋହନ ମିଶ୍ର, ଆଇନଜୀବୀ ପ୍ରଦୀପ କୁମାର ପୃଷ୍ଟି ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ବେହେରାଙ୍କ ଗୁଣଗାନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ବେହେରାଙ୍କ ଜ୍ୟେଷ୍ଠପୁତ୍ର ସମୀର ବେହେରା, ସାଗର ବେହେରା, ସବୀର ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Exit mobile version