କବିତାରେ ଶାରଦୀୟ ଉତ୍ସବ

୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଙ୍କୀ :-> ବାଙ୍କୀର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ଭୂତନାଥ ସାହିତ୍ୟ ଓ ସାଂସ୍କୃତିକ ସଂସଦ ଆନୁକୁଲ୍ୟରେ ଚକାପଦାସ୍ଥ ଯୁବବନ୍ଧୁ ଭବନ ପରିସରରେ କବିତାରେ ଶାରଦୀୟ ଉତ୍ସବ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ଅକ୍ଷୟ କୁମାର ସାମଲ ସଭାପତିତ୍ୱ କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା କବି ଲଲାଟେନ୍ଦୁ ପଣ୍ଡା ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ସଂପର୍କରେ ସମ୍ୟକ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ କୁମାର ଅମୀୟ ଯୋଗଦାନ କରି ଶାରଦୀୟ ଉତ୍ସବକୁ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା,ଡମପଡ଼ା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ରଣା, କବି ମନୋଜ କୁମାର ରାଉତ ପ୍ରମୁଖ ଯୋଗଦାନ କରି ଶାରଦୀୟ ଉତ୍ସବର ତାତ୍ପର୍ଯ୍ୟ କହିବା ସଂଗେ ସଂଗେ କବି ଓ କବିତାର ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ । କବି ବଂଶୀଧର ମହାପାତ୍ର କାର୍ଯ୍ୟକ୍ରମକୁ ଓ କବିତାଗୁଡିକୁ ସଂଯୋଜନା କରିଥିଲେ । କବି ପ୍ରଦୀପ କୁମାର ଜେନା , ଶଶିଭୂଷଣ ତ୍ରିପାଠୀ, ଗୟାଧର ନାୟକ, ବଳରାମ ପାଇକରାୟ, ମୁକ୍ତପ୍ରଭା ଆଚାର୍ଯ୍ୟ, କଂଗ୍ରେସ ରଣା, ସୁଲୋଚନା ସ୍ୱାଇଁ, ବିଶ୍ୱରଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ସେମାନଙ୍କର ସ୍ୱରଚିତ କବିତାମାନ ପାଠ କରିବା ସହ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ । ଅନୁଷ୍ଠାନର ସଂପାଦକ ବାବୁଲି ରଣା ଓ ସଭାପତି ନିରଞ୍ଜନ ପଣ୍ଡା କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଅକ୍ଷୟ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version