ଗୋପ ପୂଜାମଣ୍ଡପରେ ଗୋଟିଏ ଦିନାରେ ଶାସକ ଓ଼ ବିରୋଧି ଦଳର ନେତା ଓ କର୍ମୀ ମା ଆଶିଷ ଭିକ୍ଷାଲାଭ କଲେ : ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଜୟ ଦୁର୍ଗାପୂଜା କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା  

୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଗୋପ :-> ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀରେ ଥିବା ଏକାଧିକ ପୂଜା ମଣ୍ଡପରେ ମା ଙ୍କୁ ଦର୍ଶନ କଲେ ନିମାପଡ଼ା ବିଧୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ସମେତ ଶତାଧିକ ସମର୍ଥକ l ଠିକ ସେହିପରି ବିଜେଡି ,କଂଗ୍ରେସ ଦଳର ମଧ୍ୟ ଏକାଧିକ ନେତା ଙ୍କ ସମେତ ଶତାଧିକ କର୍ମୀ ବିଭିନ୍ନ ପୂଜାମଣ୍ଡପ ବୁଲିଥିଲେ l ପ୍ରଥମତଃ ନିମାପଡା ନିର୍ବାଚନ ମଣ୍ଡଳୀର ଆଗମନ ହରିପୁର ଠାରୁ ଶାସକ ଓ ବିରୋଧି ଦଳର ଏକାଧିକ ନେତା ଙ୍କ ସହିତ ଶତାଧିକ କର୍ମୀ ମା ଦର୍ଶନ ର ଶୁଭାରମ୍ଭ ହୋଇଥିଲା l ତାପରେ ନିମାପଡା, ଗୋପ ର ଏକାଧିକ ଅଞ୍ଚଳ ରେ ଅନୁଷ୍ଠିତ ଦୁର୍ଗାପୂଜା ମଣ୍ଡପ ବୁଲିଥିଲେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା l

ପ୍ରଥମେ ଗୋପ ରେ ସନ୍ଧ୍ୟା ପୂର୍ବରୁ ବିରୋଧି ଦଳର ଏକାଧିକ ନେତା ଓ଼ କର୍ମୀ ଜୟ ଦୁର୍ଗାପୂଜା ମଣ୍ଡପ ରେ ମା ଙ୍କୁ ପୂଜାର୍ଚନା କରିବା ସହିତ ଆଶିଷ ଭିକ୍ଷା କରିଥିଲେ l ସେମାନଙ୍କ ମଧ୍ୟରୁ ଦିଲ୍ଲୀପ ନାୟକ, ସୁବ୍ରତ ଚାଟୋଇ, ନାରୀ ନେତ୍ରୀ କସ୍ତୁରୀବାଳା ସ୍ୱାଇଁ , ନିରଞ୍ଜନ ମହାପାତ୍ର, ଯୁବନେତା ବୈଲୋଚନ ସାହୁ, ଓ଼ ଗୁଡ଼ୁ ନାୟକ ପ୍ରଭୁତି ନେତା ଙ୍କ ସହିତ ରହିଥିଲେ l ତାପରେ ଶ୍ରୀମତୀ ପରିଡା ସମସ୍ତ ମଣ୍ଡପ ପରିକ୍ରମା କରିଲାପରେ ଗୋପ ଦୁର୍ଗାପୂଜା ମଣ୍ଡପ ରେ ସଦଳବଳ ପହଞ୍ଚି ଥିଲେ l

ତାପରେ ଗୋପ ଜୟ ଦୁର୍ଗାପୂଜା କମିଟି ପକ୍ଷରୁ କମିଟି ର ସଭାପତି ଅଶୋକ କୁମାର ସିଂ ଓ଼ ସମ୍ପାଦକ ପ୍ରଦୀପ୍ତ ଦାସ ଗୋପ ର ଯୁବନେତା ବିଭୁଦତ୍ତ ପାତ୍ର ଙ୍କ ସମେତ ଶତାଧିକ କର୍ମକର୍ତ୍ତା ପୂଜା ମଣ୍ଡପ କୁ ଶ୍ରୀମତୀ ପରିଡ଼ାଙ୍କୁ ପାଛୋଟି ନେଇଥିଲେ l ଶେଷରେ ଗୋପ ରେ ମା ଙ୍କ ଦର୍ଶନ ସାରି ବାୟାକୁଦା ର ମଲ୍ଲିକ ସାହି କୁ ଯାଇଥିଲେ ଯେଉଁଠି ୫ ଶହ ବର୍ଷ ପୂର୍ବରୁ ବଙ୍ଗାଳୀ ସମ୍ପ୍ରଦାୟ ର କିଛି ବ୍ୟକ୍ତି ବିଶେଷ ଙ୍କ ଦ୍ଵାରା ବଙ୍ଗୀୟ ଡ଼ାଞ୍ଚାରେ ମା ଙ୍କ ପୂଜା ରୀତିନୀତି ଅନୁଷ୍ଠିତ ହୋଇଆସୁଅଛି l ସେଠାକୁ ଶ୍ରୀମତୀ ପରିଡା ଯାଇ ଦର୍ଶନ କରିଥିଲେ l ଏଠାରେ 1982 ମସିହାରୁ ମା ଦୁର୍ଗା ଙ୍କର ରୀତିନୀତି ଅନୁଯାଇ ପ୍ରତିବର୍ଷ ଭଳି ଚଳିତବର୍ଷ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଦୁର୍ଗା ପୂଜା ପାଇଁ ନିକଟସ୍ଥ କୁଶଭଦ୍ରା ନଦୀରୁ ସ୍ୱତନ୍ତ୍ର ବିସର୍ଜନ ନିମନ୍ତେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି l

Exit mobile version