ମା ଦଶଭୂଜାଙ୍କୁ ଦର୍ଶନ କରି ଜନସାଧାରଣଙ୍କ ସୁଖ, ସମୃଦ୍ଧି କାମନା କଲେ ଦଶପଲ୍ଲା ବିଧାୟକ

୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ନୂଆଗାଁ  :->  ମା ଦୁର୍ଗାଙ୍କ ପୂଜା ପ୍ରତି ପୁରପଲ୍ଲୀରେ ବହୁ ଆଡ଼ମ୍ବରରେ ଆଲୋକ ତୋରଣରେ ସଜ୍ଜିତ ହୋଇ ପୂଜା ମଣ୍ଡପ ଗୁଡିକରେ ଆୟୋଜନ ହୋଇଯାଇଛି।ନୂଆଗାଁ ବ୍ଳକ ସୋରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଗ୍ରାମ କମିଟିର ୪୮ ତମ ମା ଦୁର୍ଗାଙ୍କର ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଙ୍କ ଆଶ୍ରିବାଦ ନେଇଥିଲେ।ସମ୍ମାନୀତ ଅତିଥି ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ନୂଆଗାଁ ବ୍ଳକ ୧୭ ନମ୍ୱର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା,,ସୋରଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଫକୀର ମୋହନ ସାହୁ,

 

ସମିତି ସଭ୍ୟ ସୁଶାନ୍ତ ସାହୁ,କୋରଡ଼ା ପଞ୍ଚାୟତ ପୂର୍ବତନ ସରପଞ୍ଚ ଗୋଲଖ ବିହାରୀ ଗୋଚ୍ଛାୟତ,ଜଗନ୍ନାଥ ପ୍ରସାଦ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୁକଦେବ ପ୍ରଧାନ,।କମିଟିର ସମ୍ପାଦକ ଅଜିତ କୁମାର ଡାକୁଆ ବିବରଣୀ ପାଠ କରି ଗ୍ରାମର ବହୁ ସମସ୍ୟା ମାନ୍ୟବର ବିଧାୟଙ୍କ ଦ୍ବାରା ସମାଧାନ ହୋଇଥିଲାବେଳେ ଅନେକ ବାକିଥିବା କାମକୁ କିପରି ସଫଳତାର ସହିତ କାର୍ଯ୍ୟକାରୀ ହେବ ସେଥିପାଇଁ ବିଧାୟକ ଙ୍କ ଦୃଷ୍ଟି ଗୋଚର କରିଥିଲେ ।

ସଭାପତି ସନ୍ତୋଷ ପ୍ରଧାନଙ୍କ ସହିତ କମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।ସେହିପରି ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା, ମହିପୁର, ମାଇଛେଳି ପଞ୍ଚାୟତ ସଂପଡା, ବାହାଡ ଝୋଲା,ଆଦିବାସୀ ଅଧ୍ୟୁଷିତ କାପ୍ତାପଲ୍ଲୀ ପଞ୍ଚାୟତ ରେ ଦୁର୍ଗାପୂଜା ମହାସମାରୋହ ରେ ପାଳିତ ହୋଇଯାଇଛି।ଦଶପଲ୍ଲା ବିଧାୟକ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ମା ଦୁର୍ଗା ଙ୍କୁ ପ୍ରଣାମ ଜଣାଇବା ସହ ଅଞ୍ଚଳର ବିକାଶ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ର ମହତ୍ତ୍ୱ ଉପରେ କହିଥିଲେ ।

Exit mobile version