
୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଜଟଣୀର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କର୍ମ ମନ୍ଦିର ଆନୁକୂଲ୍ୟରେ ୧୦ମ ଶାରଦୀୟ ରାବଣ ପୋଡି ଉତ୍ସବ ଅନୁଷ୍ଠାନର ଅଧକ୍ଷା ଶ୍ରୀମତୀ ସବିତା ରାୟଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ପ୍ରବକ୍ତା ତଥା ଭାରତୀୟ ତୈଳ ନିଗମର ନିର୍ଦ୍ଦେଶକ ଶ୍ରୀ ସୁଦୀପ୍ତ ରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ତୈଳ ନିଗମର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପିୟୁଷ ମିତ୍ତଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଓଟିଭିର ନିୟୁଜ ଏଡିଟର ରାଧା ମାଧବ ମିଶ୍ର ଏବଂ ସମାଜସେବୀ ଶ୍ରୀ ତ୍ରିଲୋଚନ ରାୟ ସମ୍ମାନିତ ଅତିଥି ଓ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ l

