୧୪ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବ୍ରହ୍ମପୁର :-> ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭକ୍ତିପୂତ ପରିବେଶ ଓ ଆଧ୍ୟାତ୍ମିକ ଉଚ୍ଛ୍ଵାସ ମଧ୍ୟରେ ପାଳନ କରାଯାଇଥିବା ଜଣାଯାଇଛି । ଏହି ଉପଲକ୍ଷେ ବ୍ରହ୍ମପୁର ସହରର ହିଲପାଟଣାଠାରେ ଅବସ୍ଥିତ ସହୀଦ ଲକ୍ଷ୍ମଣ ନାୟକ କମୁନିଟି ହଲଠାରେ ପରିବାର ବର୍ଗଙ୍କ ତରଫରୁ ଏକ ସ୍ମୃତି ସମାବେଶର ଆୟୋଜନ କରାଯାଇଥିଲା । ଏହି ଅବସରରେ ସ୍ଵର୍ଗତଃ ବାସନ୍ତୀ ବିଶ୍ଵାଳଙ୍କର ପରିବାର ସଦସ୍ୟ, ବନ୍ଧୁ, ପରିଜନ, ପ୍ରଶଂସକ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କର ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସ୍ଵର୍ଗତଃ ବିଶ୍ଵାଳଙ୍କର ବିଗତ ବର୍ଷ ଆଶ୍ବିନ ମାସ ଶୁକ୍ଳପକ୍ଷ ପବିତ୍ର ଅଷ୍ଟମୀ ତିଥିରେ ସ୍ଵର୍ଗାରୋହଣ ହୋଇଥିଲା ।

