ବାଣିଗୋଛା ରେ ଆୟୋଜିତ ହେଲା ଆୟୂଷ୍ମାନ ଆରୋଗ୍ୟ ସ୍ବାସ୍ଥ୍ୟ ଶିବିର 

୧୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା : -> ଦଶପଲ୍ଲା ପଶ୍ଚିମାଞ୍ଚଳର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଂଚଳ ଭାବରେ ପରିଚିତ ବାଣିଗୋଛା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ସ୍ବାସ୍ଥ୍ୟ ବିଭାଗ ଆନୁକୂଲ୍ୟରେ ଆୟୁଷ୍ମାନ ଆରୋଗ୍ୟ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବାଣିଗୋଛା ଗ୍ରାମପଞ୍ଚାୟତ ତଥା ସଲଗ୍ନ ଦୁଡା ଓ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ର ବୁରୁପାଲ, ପଧାନ ଗାଁ, ବତାଗାଁ,ନେଫାରୀ, ବାଣିବିରୀ,

ତାକୁଡା, ଗୁର୍ହା, ଜାମୁସାହି, ଫାଲପାଜୁ,ଗରସା,ରାଗୁଡୁ,ଶଗଡାସାହି, ପ୍ରଭୃତି ଗ୍ରାମର ୧୧୪ ରୁ ଉର୍ଦ୍ଧ୍ବ ଜନସାଧାରଣ କଂ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣା ଓଷଧ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଡାକ୍ତର ବିଶ୍ବଜିତ୍ ନାୟକ, ଡାକ୍ତର କାଳୀ ପ୍ରସାଦ ଷଡ଼ଙ୍ଗୀ,, ଫାର୍ମାସିଷ୍ଟ ସୈlମ୍ଯ ରଂଜନ ଖୁଣ୍ଟିଆ,

ଏ ଏନ୍ ଏମ୍ ସୁନିତା ମଳିକ ପରିଚାଳନା କରିଥିଲାବେଳେ , ବାଣିଗୋଛା ସବ୍ – ସେଣ୍ଟରର ଓ ଆଶାସାଥୀ ଓ ସମସ୍ତ ଆଶାକର୍ମୀ ମାନେ ସହଯୋଗ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିର ପ୍ରତି ମାସର ୨ ୟ ସୋମବାର ଦିନ ଅନୁଷ୍ଠିତ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାଦ୍ବାରା ଉପାନ୍ତ ଅଂଚଳବାସୀ ବହୁ ଭାବରେ ଉପକୃତ ହେବେ ବୋଲି ଆଶାକରାଯାଉଛି ।

Exit mobile version