୧୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଚିଲିକା ବ୍ଲକ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମ ଦଶହରା ପଡିଆରେ ବିଶ୍ୱନାଥ ସ୍ବାଇଁ ସ୍ମୃତି ସଂସଦ, ଇଛାପୁର ଓ ପ୍ରଗତିଶୀଳ ସୃଜନୀ ସଂସଦ, ବଡକୁଳର ମିଳିତ ଆନୁକୂଲ୍ୟରେ ଉଭୟ ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସ୍ବାଇଁଙ୍କ ତତ୍ୱାବଧାନରେ ଶାରଦୀୟ ସାରସ୍ୱତ ମହୋତ୍ସବ -୨୦୨୪ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶ୍ୱନାଥ ସ୍ୱାଇଁ ସ୍ମୃତି ସଂସଦର ସଭାପତି ପ୍ରାକ୍ତନ ଚିକିତ୍ସା ଅଧିକାରୀ ଡା. ମଧୁସୂଦନ ସେନାପତି ପୌରୋହିତ୍ୟ କରିଥିଲେ।

