ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଗଜପତି ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ରାମଗୋବିନ୍ଦ ଆଚାର୍ଯ୍ୟଙ୍କ ପିତା ଶଶିଭୁଷଣ ଆଚାର୍ଯ୍ୟ(୭୦)ଙ୍କ ଆଜି କରୋନା ଜନିତ ସଂକ୍ରମଣ ଯୋଗୁଁ ବିୟୋଗ ଘଟିଥିବା ଜଣାପଡିଛି । ସେ ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ଥିଲେ । ତାଙ୍କ ବିୟୋଗରେ ବିଦ୍ୟୁତ ବିଭାଗ ପକ୍ଷରୁ ଶୋକ ପ୍ରକଟ କରାଯାଇଛି । ସେ ଜଣେ ମିଷ୍ଠ ଭାଷୀ ଏବଂ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବେ ବେଶ ଜଣାସୁଣା ଥିବା ବେଳେ ସେ ପାରଳାଖେମୁଣ୍ଡି ସହରରେ ଗୁଜରାଟପେଟା ସାହିର ବାସିନ୍ଦା ଥିଲେ ।
ଏଥିରେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗରୁଡଧ୍ୱଜ ଚୌଧୁରୀ,ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା,ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ,ରଶ୍ମିରଞ୍ଜନ ମିଶ୍ର, ଦେବାଶିଶ ପାଢି,ପ୍ରଦୀପ ନାୟକ,ବସନ୍ତପଣ୍ଡା, ସୀତାକାନ୍ତପଣ୍ଡା,ଶିଶିର କୁମାର ଗୌଡ,ଦ୍ୱିଜେନ୍ଦ୍ର ନାଥ ପାଢି, ବିଧାନଚୌଧୁରୀ,ବାସୁଦେବ ଦାସ,ରୁପେଶ ସାହୁ, ଆଦର୍ଶ ଦାସ,ସୁଜିତ ବିଶୋଇ,କୃଷ୍ଣ କୁମାର ବେହେରା ,ସୁଜିତ ପ୍ରଧାନ, ପ୍ରଭାତ ପାତ୍ର,ବୀର କିଶୋର ପଟ୍ଟନାୟକ, ଆମୋଦ ବର୍ଦ୍ଧନ,ଶ୍ରୀକାନ୍ତ ମହାରାଣା,ଜଗଦୀଶ ପଣ୍ଡା,ସରୋଜ ବୀର,ସରୋଜ ପାଣିଗ୍ରାହୀ,ବିବେକା ନନ୍ଦ ବେହେରା, ବାଦଲ ବର୍ଦ୍ଧନ ପି.ଅନିଲ,ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ଶୋକ ପ୍ରକାଶ କରି ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ,(ଗରୁଡ଼ ଧ୍ଵଜ ଚୌଧୁରୀ)
