ଆମ ଜନ୍ମଭୂମି ରଣପୁରର ଐତିହ,ପରମ୍ପରା ଓ ଗୌରବକୁ ଗର୍ବର ସହିତ ସଜାଇଦେଇଛନ୍ତି – ଚିନ୍ମୟ ମହାରଣା

୧୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ସୁଦୂର ଭୁବନେଶ୍ୱର ନିକଟସ୍ଥ ଓ଼ଲ୍ଡ ଟାଉନର ଚିନ୍ମୟ ମହାରଣା ଋଷିଆ ମହାଦେଶର ସର୍ବାେଚ୍ଚ ଗିରିଶୃଙ୍ଗ ଏଲବ୍ରସରେ ଆମ ଜନ୍ମଭୂମି ରଣପୁରର ଐତିହ,ପରମ୍ପରା ଓ ଗୌରବକୁ ଗର୍ବର ସହିତ ସଜାଇଦେଇଛନ୍ତି…ଦ୍ଵିତୀୟ  ଶ୍ରୀକ୍ଷେତ୍ର ରଣପୁର ଆମ ଅଭିମାନ ଓ ସ୍ବାଭିମାନ… ଫୋଟୋରେ ଅଛନ୍ତି ଆମ ରଣପୁରର ଚତୁର୍ଦ୍ଧା ମୂର୍ତ୍ତି,ଯମଦଣ୍ଡ ନିବାରିଣୀ ମା ଖିଲାମୁଣ୍ଡା,ଆଉ ଆମ ପରିଚୟ ତଥା ରଣପୁର ର ଆରାଧ୍ୟl ମା ମଣିନାଗ ଦୁର୍ଗା..ଙ୍କ ଫୋଟ ଚିତ୍ର ସହିତ ଗିରିସୃଙ୍ଗ ଏଲବ୍ରସ ରେ ପାଦ ଥାପି ଥିବାରୁ ସେହି ବୀର ଯୁବକ ଙ୍କୁ ଶ୍ରୀଜଗନ୍ନାଥ ସେନା,

ରଣପୁର ତରଫରୁ ଦଶହରା ତଥା ବିଜୟା ଦଶମୀ ଦିବସ ଅବସରରେ ସିଂହଦ୍ୱାର ସମ୍ମୁଖ ଭାଗରେ ଅପରାହ୍ନ ୫. ୩0 ସମୟରେ ସମ୍ମାନିତ କରାଗଲା l ଏହି କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ସେନା ଆବାହକ ବିରଜା ଶଙ୍କର ମିଶ୍ର ଶ୍ରୀଯୁକ୍ତ ଚିନ୍ମୟ ମହାରଣା ଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l

ଏବଂ ପରେ ପରେ ଶ୍ରୀଜୀଉ ଙ୍କୁ ଦର୍ଶନ କରି ମା ଖିଲାମୁଣ୍ଡା ଓ ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଣିନlଗ ଦୁର୍ଗା ଦେବୀ ଙ୍କୁ ଉକ୍ତ ସଦସ୍ୟ ଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରୀଜଗନ୍ନାଥ ସେନା ର ଆବାହକ ଙ୍କ ସମେତ ଅଶୋକ ମହାପାତ୍ର, ନେହେରୁ ବିଶ୍ୱାଳ, ରଙ୍ଗ ନାଥ ମିଶ୍ର, ସୁରେଶ ମହାରଣା, ମାନସ ରଞ୍ଜନ କର, ପାର୍ଥ ସାରଥୀ ସାମନ୍ତରାୟ,ଅଶୋକ ତୋଟାଲ, ରଂଜିତ ପ୍ରଧାନ,ଆଦି ସମସ୍ତ ସେନା ର ସଦସ୍ୟ ଉପସ୍ଥିତ ଥିଲେ l

Exit mobile version