୧୩ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାଲିଗୁଡା :-> ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ l ବିଜୟା ଦଶମୀ ଅବସରରେ ଚାରିଆଡେ ପାର୍ବଣ ର ମାହୋଲ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ର ବିଭିନ୍ନ ପୂଜା ମଣ୍ଡପ, ଶକ୍ତିପୀଠ ଗୁଡିକ ରେ ମହାମାୟୀ ଙ୍କ ପୂଜାର୍ଚ୍ଚନା ମହା ଆଡମ୍ବର ରେପାଳିତ ହୋଇ ଉଦଯାପିତ ହୋଇ ଯାଇଛି l ବିଜୟା ଦଶମୀ ଅବସରରେ ମା’ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରାବଣ ପୋଡି ସ୍ଥାନୀୟ ମିନି ଷ୍ଟାଡିୟମ ରେ ଅନୁଷ୍ଠିତ ହୋଇ ଯାଇଛି l
