ମୋହନା ମକା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ର ପ୍ରଥମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର .ଉଦୟଗିରି :-> ଗଜପତି ଜିଲ୍ଲାର ମୋହନ ବ୍ଲକ ସ୍ଥିତ ବିଜୁ ପଟ୍ଟନାୟିକ କଲ୍ୟାଣ ମଣ୍ଡପ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି, ଏବଂ ଆକସେସ୍ ଦ୍ୱାରା ମୁଖ୍ୟମନ୍ତ୍ରୀ ମକା ମିଶନ୍ ମାଧ୍ୟମ ରେ ପରିଚାଳିତ ମୋହନା ମକା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀର ପ୍ରଥମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ କରାଯାଇଛି. ଏହି ବୈଠକ ରେ କମ୍ପାନୀର ମୋଟ ୫୨୫ ଜଣ ମହିଳା ଅଂଶୀଦାରୀ ତଥା ସଦସ୍ୟା ଯୋଗ ଦେଇଥିଲେ। ଏହି ବୈଠକରେ ମୋହନା ବିଡିଓ ଶ୍ରୀ ରାଜୀବ ଦାସ ପ୍ରଦୀପ ପ୍ରଜ୍ୱଳନ କରି କମ୍ପାନୀ ର କାର୍ଯ୍ୟକାରିତା ବିଷୟରେ ବୁଝାଇବା ସହ କମ୍ପାନୀ ର ନିର୍ଦେଶିକା ମଣ୍ଡଳୀ କୁ ଶପଥ ପାଠ କରାଇଥିଲେ,

ଜିଲ୍ଲା ମୁଖ୍ୟ କୃଷି ଅଧିକାରି ଗଜପତି ସୁରେନ୍ଦ୍ର ନାଥ ସ୍ୱାଇଁ ଓ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଆର .ଉଦୟଗିରି ରାମ ପ୍ରସାଦ ପାତ୍ର ମକା ଚାଷ ତଥା ମୁଖ୍ୟ ମନ୍ତ୍ରୀ ମକା ମିଶନ, ଜିଲ୍ଲା ଉଦ୍ୟାନ ବିଭାଗର ଉପ ନିର୍ଦେଶ୍ୟକ ମହିଳା ଚାଷୀ ମାନଙ୍କୁ କୃଷି କାର୍ଯ୍ୟକ୍ରମର ଉପକାରିତା ,ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଟିମନ ବାରା ମିଶନ ଶକ୍ତି ଦ୍ୱାରା ପରିଚାଳିତ ସମସ୍ତ କାର୍ଯ୍ୟକ୍ରମ ତଥା ଉତ୍ପାଦିକା ସଙ୍ଗଠନ ବିଷୟରେ ଆଦି ପଦାଧିକାରୀ ନିଜନିଜର ବକ୍ତବ୍ୟ ରଖି ଉପସ୍ଥିତ ମହିଳା ମାନଙ୍କୁ କମ୍ପାନୀ ସୁଦୃଢ କରି ଆତ୍ମ ନିର୍ଭରଶୀଳ ହେବାକୁ ଉଚ୍ହାହିତ କରିଥିଲେ ।

ତତ ପରେ କମ୍ପାନିର ବାର୍ଷିକ ବିବରଣୀ ପଠନ କରାଯାଇ ଆଗାମୀ ବର୍ଷ ର ବ୍ୟବସାୟ ଓ ବଜେଟ ବିଷୟରେ ଉପସ୍ଥାପନା କରାଯାଇ ଥିଲା ଓ କମ୍ପାନୀ ଆଜି ସୁଦ୍ଧା ୨୦୮ ଜଣ ଅଂଶ ଧାରୀ ମାନଙ୍କୁ କମ୍ପାନୀ ରେ ଅନ୍ତର୍ଭୁତ କରିବାରେ ସଫଳ ହେବା ସହ ଆଗାମୀ ବର୍ଷ ସୁଦ୍ଧା କମ୍ପାନୀ ୧୦୦୦ ଅଂଶ ଧାରୀ ଅନ୍ତର୍ଭୁତ କରିବାକୁ ଲକ୍ଷ୍ୟ ରଖିଥିବା କଥା ପ୍ରକାଶ କରାଯାଇଥିଲା । ମକା ଉତ୍ପାଦନ ଓ ସଂଗ୍ରହ କରି ବାହାର ବଜାର ରେ ଉତ୍ତମ ଦରରେ ବିକ୍ରି କରି ଚାଷୀ ମାନଙ୍କୁ ଲାଭାନ୍ୱିତ କରିବା ବିଷୟରେ ନିଷ୍ପତ୍ତି ନିଆଯାଇଥିଲା । ଜିଲ୍ଲା ସଂଯୋଜିକା ଶ୍ରୀମତୀ ରଂଜିତା ନାୟକ କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ ଓ କମ୍ପାନୀର ନିର୍ଦେଶିକା ମଣ୍ଡଳୀ ର ସଭାପତି ଉପସ୍ଥିତ ରହି ଅଂଶଧାରୀ ଓ ଉପସ୍ଥିତ ସରକାରୀ ତଥା ବେସରକାରୀ ପଦାଧିକାରୀ ଙ୍କୁ ଧନ୍ୟବାଦ ସଭା ସାଙ୍ଗ କରାଯାଇଥିଲା ।

Exit mobile version