
ଓଡିଶା ତାଜା ନ୍ୟୁଜ୍ (୧୮ ଅଗଷ୍ଟ ମଙ୍ଗଳବାର ) ବାଲିକୁଦା :– ବାଲିକୁଦା ବ୍ଲକ୍ ଅନ୍ତର୍ଗତ ଗରାମ ପଞ୍ଚାୟତ ସ୍ଥିତ ଡେଙ୍ଗାପୋଲ ଠାରେ ଆଜି ପ୍ରୟାସ ଯୁବ ସଂଗଠନ ତରଫରୁ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଦିନ ୧୦ଟା ବେଳେ ଡେଙ୍ଗାପୋଲ ବଜାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କରୋନା ମହାମାରୀ କବଳରୁ ଲୋକମାନେ କିପରି ନିଜକୁ ସୁରକ୍ଷିତ ରଖିବେ ଏନେଇ ସଚେତନ କରାଯାଇଥିଲା । ଘରୁ ବାହାରକୁ ବାହାରିବା ବେଳେ ମାସ୍କ ପିନ୍ଧି ବାହାରିବେ, ବାରମ୍ବାର ହାତ ଧୋଇବା ସହ ସାମାଜିକ ଦୂରତ୍ୱ ରକ୍ଷାକରି ଚଳପ୍ରଚଳ ହେଲେ ନିଜେ ସୁରକ୍ଷିତ ରହିପାରିବେ ବୋଲି ପରାମର୍ଶ ଦିଆଯିବା ସହିତ ସାଧାରଣ ଲୋକମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।
ଏଥିସହିତ ଉପସ୍ଥିତ ପୋଲିସ୍ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସେମାନଙ୍କର ତ୍ୟାଗ ଓ ସେବାକୁ ପ୍ରଶଂସା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରୟାସ ଯୁବ ସଂଗଠନର ଆବାହକ ମହେନ୍ଦ୍ର ଲାଲ୍ ଜେନାଙ୍କ ସମେତ ଅଭିମନ୍ୟୁ ଓଝା, ବାବୁ ନାଥ, ଶିବ ପ୍ରସାଦ ରାଉତ, ହରେକୃଷ୍ଣ ବାରିକ, ଶଶିକାନ୍ତ ଗ୍ରହାଚାର୍ଯ୍ୟ, ଉମାକାନ୍ତ ଭୋଳ, ଅଜିତ୍ ନାୟକ, ସୁଧାକର ଜେନା, ପ୍ରଶନ ସେଠୀ, ବିଶ୍ବ ରଞ୍ଜନ ମଲ୍ଲ, ପାର୍ଥ ସାରଥି ଦାସ, ବାସୁଦେବ ବିଶ୍ୱାଳ, ଅକ୍ଷୟ କୁମାର ଦାସ, ସୁକାନ୍ତ ଦାସ, ଜ୍ୟୋତି ରଞ୍ଜନ ଦାସ, ବିଭୁ ନାଥ, ଓ ଅଭିଜିତଙ୍କ ସହିତ ସମସ୍ତ ସଭ୍ୟମାନେ ସହଯୋଗ କରିଥିଲେ । (ରିପୋର୍ଟ – ରଶ୍ମି ରଞ୍ଜନ ଖୁଣ୍ଟିଆ)
