୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡା :-> ଦଶହରା କୁ ନେଇ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି। ସେହିପରି ନିମାପଡ଼ା ବ୍ଲକ ଅନ୍ତର୍ଗତ ଖେଲାର ବଜାରରେ ଥିବା ଦୁଇଟି ଦୁର୍ଗାମଣ୍ଡପ ରେ ମାଁ ଙ୍କ ପୂଜାର୍ଚ୍ଚନା କରାଯାଇଛି।ଆଜି ଶୁକ୍ରବାର ମା’ଙ୍କର ମହାଷ୍ଟମୀ ମା’ଙ୍କୁ ଦର୍ଶନ କରିବା ଲାଗି ଭକ୍ତମାନଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ସେହିପରି ନିମାପଡ଼ା ର ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ରାଜ୍ୟ ମୂଖପାତ୍ର ସମୀର ରଞ୍ଜନ ଦାଶ ମଧ୍ୟ ପ୍ରତିବର୍ଷ ଭଳି ଆଜି ମଧ୍ୟ ସଂଧ୍ୟାରେ ଆସି ଖେଲାର ବଜାରରେ ପହଞ୍ଚି ଦୁଇଟି ଦୁର୍ଗାମଣ୍ଡପ ତଥା ଖେଲାର ପୂଜା କମିଟି ଓ ହରିଶପୁର ପୂଜା କମିଟି ତରଫରୁ ଆୟୋଜନ କରାଯାଇଥିବା ଦୁର୍ଗା ମଣ୍ଡପ ବୁଲି ଦେଖିବା ସହିତ ମା ଦୁର୍ଗତ ନାସିନୀ ମା ଦୁର୍ଗା ଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ ।

