୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକର ଭାଇଚାରା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥୂଲା ବେଳେ ଏକ ଅଭାବନୀୟ ପରିସ୍ଥିତିକୁ ନେଇ ଏହି ଭାଇଚାରାରେ ଫାଟ ସୃଷ୍ଟି ହେବା ସ୍ପଷ୍ଟ ହୋଇଯାଇଛି । ବିଶ୍ବସ୍ତ ସୂତ୍ରରୁ ଜଣାଯାଏ ଯେ,ଆଜକୁ ଦୀର୍ଘ ଦିନ ଧରି କଟକର ରାଜାବଗିଚା ଅଞ୍ଚଳରେ ଲକ୍ଷ୍ମୀ ନାରାୟଣ ପୁଜା ସମିତି ଓ ରାଜା ବଗିଚା ପୁଜା କମିଟି ପକ୍ଷରୁ ଶାରଦୀୟ ଦୂର୍ଗାପୂଜା ମହାଆଡମ୍ବରରେ ଅନୁଷ୍ଠିତ ହୋଇ ଆସୁଥିଲା ବେଳେ ବିଗତ କିଛି ମାସ ହେଲା ଏହି ଅଞ୍ଚଳରେ ଥୂବା ଏକ ଦେବୋତ୍ତର ଜମିକୁ ଜବରଦଖଲ କରି ରହୁଥୂବା ଜନୈକ ବ୍ୟକ୍ତି ଶାରଦୀୟ ଦୂର୍ଗାପୂଜା କରିବାକୁ ପ୍ରୟାସ କରିବାର ଏବଂ ଭବିଷ୍ୟତର ଗଣ୍ଡଗୋଳର ଆଶଙ୍କାକୁ ଜାଣି ଏହାର ପ୍ରତିକାର ଲାଗି ତଥା ଏହି ପୁଜା ବନ୍ଦ କରି ଭାଇଚାରାକୁ ଅକ୍ଷୁର୍ଣ୍ଣ ରଖୂବାକୁ ଲିଖୂତ ଭାବରେ ମାନନୀୟ ଜିଲ୍ଲାପାଳ,
