Home ଓଡ଼ିଶା ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ ଦଶହରା ପୂଜା ଆରମ୍ଭ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୨ ଅକ୍ଟୋବର ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ନିକଟସ୍ଥ ସିଏମସି ୫୮ ନମ୍ବର ୱ।ର୍ଡ଼ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ ଶୁକ୍ରବାର ଅଷ୍ଟମୀରୁ ଶାରଦୀୟ ପୂଜା ଆରମ୍ଭ ହୋଇଛି । ସକାଳୁ ଗ୍ରାମର ମହିଳା ଏବଂ ପୁରୁଉ ମାନେ ନିକଟସ୍ଥ କୁଆଖାଇ ନଦୀରେ କଳସ ବୁଡାଇ ବାଜା ବାଣ ରୋଷଣୀ କରି କଳସ ଶୋଭା ଯାତ୍ରାରେ ଆସିଥିଲେ । ପ୍ରଥମେ କଳସ ଶୋଭାଯାତ୍ରୀ ମାନେ ଗ୍ରାମରେ ଥିବା ମା,ବଣମାରେଇ ପୀଠ, ନୀଳକଣ୍ଠେଶ୍ୱର ପୀଠ, ହନୁମାନ ପୀଠ, ଗୋପାଳଜୀଉ ପୀଠ ପରିକ୍ରମା କରିସାରିବା ପରେ ହରପାର୍ବତୀ ପୂଜା ମଣ୍ଡପରେ କଳସ ସ୍ଥାପନ କରିଥିଲେ ।ପରେ ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ହରପାର୍ବତୀ ପୂଜା କମିଟିର ସଭାପତି ଆଡ଼ଭୋକେଟ ବଦ୍ରିନାରାୟଣ ମହାପାତ୍ର, ସଂପାଦକ ତଥା ପୂର୍ବତନ କର୍ପୋରେଟର କୌଶିକ ଜେନା, କାର୍ଯ୍ୟକାରୀ ସଭାପତି ସଚୀକାନ୍ତ ମହାନ୍ତି, କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ମହାନ୍ତି, ନିରଞ୍ଜନ ନାୟକ, ପ୍ରହଲ୍ଲାଦ କର, ରଷରାଜ ମହାନ୍ତି, ସନ୍ତୋଷ ପ୍ରଧାନ,ସୁମନ୍ତ ରାଉତ, ରବିନ୍ଦ୍ର ନାଥ ସ୍ୱାଇଁ, ସୁଶାନ୍ତ ଜେନା,ପ୍ରଦୀପ ଜେନା,ସାର୍ଥକ ମହାନ୍ତି, ସୋନୁ ସିଦ୍ଧାର୍ଥ ମହାନ୍ତି, ଜୟନ୍ତ ରଥ ଦୟାଜିତ ଦାସ,ଖଗେଶ୍ବର ବାଗ ପ୍ରମୁଖ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ପୂଜା କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଥିରେ ଗ୍ରାମ ଯୁବକମାନେ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ by Proprietor Abhimanyu Maharana June 21, 2026 ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ by Proprietor Abhimanyu Maharana June 21, 2026 ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ by Proprietor Abhimanyu Maharana June 21, 2026 ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ by Proprietor Abhimanyu Maharana June 20, 2026 ଗଜପତି ଜିଲ୍ଲା ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ by Proprietor Abhimanyu Maharana June 20, 2026 ବର୍ଷାରେ ଓଦା ହୋଇ ଚାଲିଲେ : ମହାପ୍ରଭୁଙ୍କ ନାମରେ କମ୍ପିଲା ବଡଦାଣ୍ଡ by Proprietor Abhimanyu Maharana June 20, 2026